STORYMIRROR

Biswanath Nayak

Classics

3  

Biswanath Nayak

Classics

ଆଲୋକ

ଆଲୋକ

1 min
59

ଥିଲା ସେ ତ କେଉଁ

      ଅଜଣା ମୂଲକ

           ପୋଥି ପତରରେ ନାହିଁ ତ ଜଣା,

ବହୁଥିଲା ସଦା

      ମଳୟ ମରୁତ

           ଶିହରିତ କରି ମନ ଅଗଣା।  


ନଥିଲେ ତପନ

      ନଥିଲେ ଚନ୍ଦ୍ରମା

            ଦିନ ଅବା ରାତି ନଥିଲା ଜଣା,

ସମୟର ଗତି

       ଯାଇଥିଲା ରୋକି

             ଝରୁଥିଲା ମନେ ସୁଧା ଝରଣା। 


ସହସ୍ର ସୂର୍ଯ୍ୟଙ୍କୁ

       ପରାଜିତ କରି

              ଦିଶୁଥିଲା ଏକ ଭବ୍ୟ ଆଲୋକ,

ବୁଦ୍ଧିର ଅତୀତ

        ଶବ୍ଦ ପରାଭୂତ

               ବର୍ଣ୍ଣିବାକୁ ସେହି ଦିବ୍ୟ ପୁଲକ। 


ବେଦ ଓ ବେଦାନ୍ତ

         କାବ୍ୟ ଓ ପୁରାଣ

               ଗଳ୍ପ ଏକାଙ୍କିକା କବିତା ଯେତେ,

ଅସମର୍ଥ ସବୁ

        କହିବା ପାଇଁକି

               ସେ ଅନୁଭବର ଆନନ୍ଦ କେତେ। 


ଉପମାନ ଯେହୁ

        ଉପମେୟ ସେହୁ

                 ଭିନ୍ନାଭିନ୍ନ ତହିଁ ନଥିଲା କିଛି,

ସ୍ଵୟଂ ପ୍ରକାଶିତ

         ଆନନ୍ଦ ସ୍ଵରୂପ

                 ପାରୁତ ନଥିଲା ମନ ମୁରୁଛି। 


ନଥିଲା ତ ବାଧା

        ନଥିଲା ବନ୍ଧନ

                ଖୋଲା ଆକାଶର ବିହଙ୍ଗ ସମ,

ଆତ୍ମା -ପକ୍ଷୀ ଯେହ୍ନେ

          ପଞ୍ଚଭୂତ ଛାଡ଼ି

                 ବିଭୁପାଦେ ନେଉଥିଲା ବିଶ୍ରାମ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics