STORYMIRROR

Sunanda Mohanty

Classics Thriller Others

3  

Sunanda Mohanty

Classics Thriller Others

ଆଲୋକ ପର୍ବ

ଆଲୋକ ପର୍ବ

1 min
10


ଆଲୋକ ପର୍ବ ଦୀପାବଳୀ

ଚଉରା ତୁଳସୀ ମୂଳେ ଦୀପ ଜାଳି

ନନା ମାରନ୍ତି ସଂସ୍କୃତି ତାଳି

ପରମ୍ପରା କାଉଁରିଆ କାଠି ଜାଳି

ପିତୃପୁରୁଷଙ୍କ ପୟା ଶ୍ରାଦ୍ଧ

ନଥାଏ ମନରେ ଭାବ ଭେଦ

ସର୍ବେ ହୋଇ ମେଳି ଜାଳି ଦୀପାଳି

ମନାନ୍ତି ଉତ୍ସବ ଆଲୋକର ଦୀପଜାଳି

ଆଲୋକ ଜଳିଲେ ଅମା ଅନ୍ଧକାର ଯିବ ଜଳି

ରାଗ ରୋଷ ଦ୍ୱେଷ ଭରା ଅସୁର ରାବଣକୁ ଜାଳି

ଆଜିର ନାରୀ ଓ ପୁରୁଷ ନିଜ ସ୍ଥାନେ କରେ ଅଳି

ଆସ ଆସ ମାଆ ମହାକାଳୀ

ମନ ମୁନ ଚୈତନ୍ୟରେ ଫୁଟୁ ଫୁଲକଳି

ପୋଖରୀରେ କଇଁ ଆକାଶରେ ଜହ୍ନ କୋଳାକୋଳି

ଭାଇଚାରା ସିଂହାସନେ ନରହୁ କଳି

ଆଶୀର୍ବାଦ ଦିଅ ଆଲୋକ ଦେଉଛୁ ଜାଳି

ଘୃତ ଦୀପ ଜାଳୁ ହୋଇ ମେଳି

କୁସଂସ୍କାର ପଥ ଛାଡ଼ି

ଦୀପାବଳୀ ନେଇ ଆସିଛି ଆଲୋକ ପର୍ବ ଦୀପାବଳୀ

ବାଣ ଓ ରୋଷଣୀ ପାଟୁଆର ପରି

ଲାଗୁଛି ଏଥର କଷଣ ଯିବ ଜଳି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics