STORYMIRROR

Sunanda Mohanty

Classics Thriller Others

3  

Sunanda Mohanty

Classics Thriller Others

ଆଲୋକ ପର୍ବ

ଆଲୋକ ପର୍ବ

1 min
9


ଆଲୋକ ପର୍ବ ଦୀପାବଳୀ

ଚଉରା ତୁଳସୀ ମୂଳେ ଦୀପ ଜାଳି

ନନା ମାରନ୍ତି ସଂସ୍କୃତି ତାଳି

ପରମ୍ପରା କାଉଁରିଆ କାଠି ଜାଳି

ପିତୃପୁରୁଷଙ୍କ ପୟା ଶ୍ରାଦ୍ଧ

ନଥାଏ ମନରେ ଭାବ ଭେଦ

ସର୍ବେ ହୋଇ ମେଳି ଜାଳି ଦୀପାଳି

ମନାନ୍ତି ଉତ୍ସବ ଆଲୋକର ଦୀପଜାଳି

ଆଲୋକ ଜଳିଲେ ଅମା ଅନ୍ଧକାର ଯିବ ଜଳି

ରାଗ ରୋଷ ଦ୍ୱେଷ ଭରା ଅସୁର ରାବଣକୁ ଜାଳି

ଆଜିର ନାରୀ ଓ ପୁରୁଷ ନିଜ ସ୍ଥାନେ କରେ ଅଳି

ଆସ ଆସ ମାଆ ମହାକାଳୀ

ମନ ମୁନ ଚୈତନ୍ୟରେ ଫୁଟୁ ଫୁଲକଳି

ପୋଖରୀରେ କଇଁ ଆକାଶରେ ଜହ୍ନ କୋଳାକୋଳି

ଭାଇଚାରା ସିଂହାସନେ ନରହୁ କଳି

ଆଶୀର୍ବାଦ ଦିଅ ଆଲୋକ ଦେଉଛୁ ଜାଳି

ଘୃତ ଦୀପ ଜାଳୁ ହୋଇ ମେଳି

କୁସଂସ୍କାର ପଥ ଛାଡ଼ି

ଦୀପାବଳୀ ନେଇ ଆସିଛି ଆଲୋକ ପର୍ବ ଦୀପାବଳୀ

ବାଣ ଓ ରୋଷଣୀ ପାଟୁଆର ପରି

ଲାଗୁଛି ଏଥର କଷଣ ଯିବ ଜଳି


Rate this content
Log in

Similar oriya poem from Classics