STORYMIRROR

Chinmayee Sahoo

Romance

3  

Chinmayee Sahoo

Romance

ଆଖିରେ ଆଖିରେ କହୁ କଥା

ଆଖିରେ ଆଖିରେ କହୁ କଥା

1 min
347

ଆଖିରେ ଆଖିରେ କହୁ କଥା ପ୍ରିୟା

ମନମୋର ନେଉ କିଣି

ନିରବ ଓଠରେ ସ୍ମିତ ହାସ୍ୟ ଦେଇ

କରିଦେଲୁ ମୋତେ ଗୁଣି

ଜାଣେନା କାହିଁକି ନିଜର ଲାଗୁ ତୁ

ମନ ତତେ ହୁଏ ଝୁରି

ତୋ ଚେହେରା ନାଚେ ଆଖିରେ ମୋହର

ଦିନରାତି ହୁଏ ଘାରି

ଚଗଲି ଚୁଲ୍ ବୁଲି ମନ ତୋ ଖିଆଲି

ଚାହାଣି ବନ ହରିଣି

ରାଜହଂସି ଚାଲି ରୂପ ଖିଲିଖିଲି

କମଳ ପ୍ରାୟେକ ମଣି

ସେ ରୂପେ ମୋହିତ ହୋଇଗଲି ମୁ ତ

ତୋ ପ୍ରେମେ ପଡିଲି ଜାଣି

ନାହିଁ କିଛି ଚିନ୍ତା ଭୟ ମୋର ଖାଲି

ତୁ ହି ମୋ ମନର ରାଣୀ

ପ୍ରେମ ର ପଥ ଟା ଫୁଲ ଠାରୁ କଣ୍ଟା

ପଥରେ ପଥରେ ସଜା

ତଥାପି ବିନିଦ୍ର ନୟନେ ଲୋଡୁଛି

ତୋର ସାନିଧ୍ୟର ମଜା

କରିବୁନି ଦୂର ଭାବିବୁନି ପର

ଏତିକି ରଖିବୁ କଥା

ନହେଲେ ପରାଣ ହାରିବି ତୋ ରାଣ

ଶୁଣିଲେ ପାଇବୁ ବ୍ୟଥା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance