STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଆଖିର ପାଣି

ଆଖିର ପାଣି

1 min
14K


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ଆଖିର ପାଣି ଯେବେ ଆଖିରେ ସରେ ସଖି !

ସେ ବ୍ୟଥା କେବେ କାର ସହେ କି ଛାତି

ବେଦନା ଭରା ବୁକୁ ନ ଯାଏ ଫାଟି କାର

ପାଏ ନିରାଶେ ଯେବେ ନିର୍ଜନ ରାତି ।୦।

ତୁମରି ପଥ ଚାହିଁ ଜାଗିଛି ମନେ

ଯାଇଛି ଲିଭି ପୁଣି କେତେ ଯେ ଆଶା

ସାକ୍ଷୀ ତାହାର ଏହି ମାଳତୀ କୁଞ୍ଜ

ନିତି ଯେ ଦେଖେ ମୋର ଗୋପନ ଦଶା

ମୋ ଦୁଃଖେ ହୋଇ ଦୁଃଖୀ ବୁହାଏ ଲୁହ

ମଉନେ ଫୁଲ ବୃନ୍ତୁ ଝରାଇ ନିତି ।୧।

ନିତି ମୁଁ ସଜ ଫୁଲେ କେତେ ଯେ ମାଳା

ଗୁନ୍ଥି ସାଇତି ରଖେ ତୁମରି ପାଇଁ

ହେ ସଖି ! ବାସି ହୋଇ ମଉଳେ ଫୁଲ

ବାଜି ମୋ ଦୀର୍ଘ ଶ୍ଵାସ ନିରାଶେ ତହିଁ

ଲିଭେନ ଦୀପ ଶିଖା ମନ୍ଦିରୁ ମୋର

ଜାଳିଛି ଯା ତୁମ ପାଇଁ ଜୀବନ ସାଥୀ ।୨।

ଅରଘ୍ୟ ଥାଳୀ ହାତୁ ଖସାଇ ଲାଜେ

ଉଷା ସୀମନ୍ତିନୀର ନୂପୁର ତାନେ

ଅବଶ ନେତ୍ରୁ ଆଉ ଝରେନା ଲୁହ

ବ୍ୟର୍ଥତା ରଖେ ତାରେ ଅନ୍ତର କୋଣେ

କ୍ଷୀଣ ବୀଣାରେ ଆଉ କେଉଁ ରାଗିଣୀ

ତୋଳିବି ତୁମ ଆଶେ ଜାଣେନା ସାଥି ।୩।

ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics