STORYMIRROR

Biswanath Nayak

Tragedy

2  

Biswanath Nayak

Tragedy

ଆଖିଲୁହ ---------

ଆଖିଲୁହ ---------

1 min
435

ଲୁହ ରହିଥାଏ

ଆଖି ପାଖେ ପାଖେ

ଆଖି ବୁଝେନା ତା ମନ,

ବୁଝେନାହିଁ ତାର

ଅକୁହା ବେଦନା

ତା ଅନ୍ତରର ଜ୍ଵଳନ

ଚାହେଁ ଲୁହଧାର

ଟିକିଏ ସାନ୍ତ୍ଵନା

ଆଖିଠାରୁ ପାଇବାକୁ,

ଖୋଜେ ଆତ୍ମୀୟତା

ଆଖିର ବୁକୁରେ

ମୁହଁ ଟିକେ ଗୁଞ୍ଜିବାକୁ

ପାଏନା ସେ ଯେଣୁ

ସ୍ନେହର ପରଶ

ବହେ ଧାର ଧାର ହୋଇ,

ଆତ୍ମୀୟତା ଟିକେ

ଖୋଜି ଖୋଜି ଯାଏ

ଆଖି ପରିଧିକୁ ଡେଇଁ

ଲୁହ ଯେ ଆଖିର

କେତେ ଆପଣାର

ଏକଥା ଜାଣେ ସଂସାର,

କିନ୍ତୁ ଏ ଦୁନିଆ

କେମିତି ଜାଣିବ

ନିଜ ଲୋକ କି ନିଷ୍ଠୁର

ଆପଣା ଲୋକର

କ୍ରୂର ବ୍ୟବହାର

ଅଜାଗାର ଘାଆ ପରି,

ଦେଖି ହୁଏ କିନ୍ତୁ

ଦେଖାଇ ହୁଏନା

ଲୋକହସାଟାକୁ ଡରି

ବୁକୁତଳେ ଚାପି

ଅକୁହା ବେଦନା

ଲୁହ ତେଣୁ ବହିଯାଏ,

ଆତ୍ମୀୟତା ଆଉ

ଆଶ୍ଵାସନା ଦେଇ

ଓଠ ତାକୁ ଆପଣାଏ

ଦୂରରେ ଥିଲେବି

ବୁଝିପାରେ ଓଠ

ଲୁହର ଅନ୍ତର କଥା,

ନିକଟେ ଥାଇବି

ଆଖି ବଝେନାହିଁ

ଲୁହର ହୃଦୟ ବ୍ୟଥା

ନିକଟେ ଥିଲେବି

ଆତ୍ମୀୟତା ବିନା

ସମ୍ପର୍କ ଟା ଲାଗେ ପର,

ଯେତେଦୂର ହେଉ

ଆତ୍ମୀୟତା ଥିଲେ

ସମ୍ଫର୍କ ହେବ ମଧୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy