STORYMIRROR

Chittaranjan Nanda

Abstract Action Classics

4  

Chittaranjan Nanda

Abstract Action Classics

ଆଖି ଅଛି, କିଛି ମୁଁ ବୁଝି ପାରୁନି

ଆଖି ଅଛି, କିଛି ମୁଁ ବୁଝି ପାରୁନି

1 min
331


ପିଣ୍ଡଟି ମୋର ନିଜ ଘଟରେ ରହେ

ସେଇ ପିଣ୍ଡ ତ ମୋର କେବେ ନୂହେଁ


ଦେହକୁ ଛାଡିଲେ ନବ କଳେବର ନିଏ, 

ପୁରୁଣ କଳେବରକୁ ମନୁ ପାଶୋରି ଦିଏ॥


ବାହାର ଚମକ ଆଣେ କ୍ଷଣିକ ଖୁସି

ଆଶା ବଢିଲେ ହୁଏ ପରିବା ପରି ବାସି,


ରହି ଥିଲେ ଏଇ ଦେହ ଭିତରେ ପ୍ରାଣ

ଦେଖେଇବାକୁ କରନ୍ତି ତୁମ ଗୁଣ ଗାନ ।


ପ୍ରାଣ ଚାଲି ଗଲେ ଏ ଘଟକୁ ଛାଡି

ଗାନ କରିବା ବ୍ୟକ୍ତି ହୃଦୟୁ ଦିଅନ୍ତି ତଡି


ପିଣ୍ଡକୁ ମିଛରେ ନିଜର ବୋଲି ଭାବଇ

କେତେ ଯତନରେ ଘଟକୁ ସଜାଏ ମୁହିଁ ।


ପ୍ରାଣ ଓ ଦେହ ଦୁହେଁ ଦୁହିଁଙ୍କ ପରିପୂରକ

ନିଜ ଅଣ୍ଟାବଳେ ଫଳ ତ ମେଣ୍ଟେଇ ଭୋକ


ଆଖି ଅଛି, କିନ୍ତୁ କିଛି ମୁଁ ବୁଝି ପାରୁନି

ତଥାପି ସଂସାରେ ଭାବୁଛି ମୁଁ ମହାଜ୍ଞାନୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract