STORYMIRROR

SACHALA GURU

Classics

3  

SACHALA GURU

Classics

ଆକାଶ

ଆକାଶ

1 min
269

ସକଳ ଜୀବନ ସତ୍ୟ ନିରଞ୍ଜନ 

   ସୃଷ୍ଟିର କରତା ତୁମେ 

ଛପନ କୋଟିର ଜୀବ ଜୀବନକୁ 

   ରଖିଛ ବିଶ୍ବ ବ୍ରହ୍ମlଣ୍ଡେ ll1ll


ପ୍ରାଣୀ ମଧ୍ୟେ ଶ୍ରେଷ୍ଠ ମାନବ ଜୀବନ 

   ଦେଲ ଉଚ୍ଚ କୋଟି ସ୍ଥାନ 

ଯାହାଙ୍କର ଆତ୍ମା ପବିତ୍ର ପୂର୍ଣ୍ଣତା 

   ବିକାଶଇ ପ୍ରତି ଦିନ ll2ll


ନଭ ମଣ୍ଡଳରେ ପୂର୍ଣ୍ଣ ଆକାଶରେ 

     ରହିଛି ଅମୁଲ୍ୟ ବାସ 

ମହାପୂଣ୍ୟ ବାନ ପବିତ୍ର ତା ସ୍ଥାନ 

    ଶ୍ରେଷ୍ଠ ଆତ୍ମାଙ୍କ ନିବାସ ll3ll


ସପ୍ତର୍ଷିମଣ୍ଡଳ ହୋଇଛି ସଫଳ 

   ସପ୍ତ ଋଷିଙ୍କୁ ଯେ ନେଇ 

ପୁଲହ ପୁଲସ୍ତି ଅଙ୍ଗିରା ବଶିଷ୍ଟ 

    ଗଗନେ ଅଛନ୍ତି ରହି ll4ll


ଧ୍ରୁବ ପ୍ରହଲ୍ଲାଦ ରହିଛି ନିଁନlନ୍ଦ 

    ପବିତ୍ର ହୃଦୟ ଧରି 

ନିର୍ମଳ ଚିତାରେ ଭାବ ଭବାନ୍ତରେ 

    ନିଷ୍ଠାରେ ହରିଙ୍କୁ ସ୍ମରି ll5ll


ସୁକର୍ମର ଫଳ ନୁହଁଇ ନିଷ୍ଫଳ 

    ଲଭନ୍ତି ସେ ପୂଣ୍ୟବାନ 

ନଭ ମଣ୍ଡଳରେ ଧ୍ରୁବତାରା ରୂପେ 

    ରହିଅଛି ବିଦ୍ୟମାନ ll6ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

Similar oriya poem from Classics