STORYMIRROR

Pinku Ranbida

Romance

4  

Pinku Ranbida

Romance

ଆକାଶ

ଆକାଶ

1 min
153

ଆସ ପ୍ରିୟା ଉଡିବା ଖୁଲା ଆକାଶରେ

ପ୍ରେମ ଚଡେଇ ହୋଇ,

ନ ଥିବ କାହା ଡର ଭୟ

ଉଡିବୁଲିବା ସାଙ୍ଗ ହୋଇ l


ପ୍ରେମକୁ ଆମ ଉପଭୋଗ କରିବା

ଖୁଲା ଆକାଶରେ ଡେଣା ମେଲେଇ,

ତୁମେ ମୋ ସାଥେ, ମୁଁ ତୁମ ସାଥେ

ମନ ସାଙ୍ଗେ, ମନକୁ ମିଲେଇ l


ନ ଥିବ କିଛି ବାଡ, ବତା

ନ ଥିବ ସୁନାର ପଞ୍ଜୁରୀ,

ନ ଥିବ କାହା ଡର ଭୟ 

ନ ଥିବେ କେହିଁ ଶିକାରୀ l


ଥିବ କେବଳ ଖୁଲା ଆକାଶ

ତୁମେ ମୋ ସାଥି ହୋଇ,

ଘିରି ଘିରି ବୁଲୁଥିବା ଦୁହେଁ

ହାତରେ ହାତ ମିଶେଇ l


ଅଚିହ୍ନା ଦୁନିଆକୁ ଚାଲିଯିବା

ଜାଣିନ ଥିବେ ଆମକୁ କେହିଁ,

ତୁମକୁ ଦେବି ମୋ ପରିଚୟ

ତୁମ ପ୍ରେମରେ ପାଗଳ ହୋଇ l


ଆସ ଉଡିଚାଲିଯିବା ପ୍ରିୟା

ଖୁଲା ଆକାଶକୁ ମିଳିମିଶି, 

ସାତ ରଙ୍ଗରେ ରଙ୍ଗେଇ ଦେବି

ଜୀବନକୁ ତୁମ ହସି ହସି l



Rate this content
Log in

Similar oriya poem from Romance