STORYMIRROR

PUSPALATA SAHOO

Inspirational

4  

PUSPALATA SAHOO

Inspirational

ଆକାଶ

ଆକାଶ

1 min
23.4K

ଦୂର ଦିଗବଳୟେ ପରିବ୍ୟାପ୍ତ 

ନୀଳିମା ଆକାଶ 

କୋଳରେ ତାର ରବି ଶଶାଙ୍କ 

କୋଟି କୋଟି ତାରକା ଗଣ 

ଗ୍ରହ ନକ୍ଷତ୍ର ଧ୍ରୁବତାରା 

ସବୁକୁ ଧରି ରଖିଛି ତା ଛାତିରେ 

ନା ଅଛି ଅଭିଯୋଗ 

ନା ଅଛି ଅବଶୋଷ 

ମାଟି ପାଣି ପବନ 

ସବୁ ପାଇଁ ଦେଇଛି ଜୀବନ 

ପ୍ରସାରିତ କରିଛି ତାର ବାହୁ 

ଦିନ ରାତି, ଗ୍ରହଣ, ପରାଗ 

ଋତୁ ପରିବର୍ତନର ସ୍ୱର 

ସବୁ ସହିଛି ପଥର ପରି ||

ଆମକୁ ହେବାକୁ ପଡିବ 

ଆକାଶ ପରି ବିଶାଳ 

ନ ରଖି ମନରେ ହିଂସା ଦ୍ୱନ୍ଦ୍ୱ 

ପରିବର୍ତନ ସହ ତାଳ ଦେଇ 

ଆଗେଇ ଯିବା ନୂତନ ସମୟ ପାଇଁ 

ଜୀବନରେ ନୀଳ ରଙ୍ଗ ଭରିଯିବ 

ସବୁ ଅନ୍ଧକାର ଦୂରୀ ଭୁତ ହୋଇ ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational