ଆକାଶ
ଆକାଶ
କେତେ ଉଦାର ତମେ ପ୍ରତିଟି ଋତୁର ମନ ଜାଣି
ତୁମରି ହସରେ ମନ ହୋଇଯାଏ ଜିଣି
ଚିତ୍ରିତ ତମ ପ୍ରୀତି ଅଗଣାଟି ସ୍ୱପ୍ନେ ବିଭୋରିତ
ତମ ବ୍ୟାପ୍ତି ଆଗେ ସାରା ବିଶ୍ୱ ସମର୍ପିତ ,
ଦୁଧିଆ ରଙ୍ଗେ ରଙ୍ଗାୟିତ, ତମେ କେବେ ଲାଲ୍ ରଙ୍ଗେ
ସହନଶୀଳତା ଭରା ତମ ଅଙ୍ଗେ ଅଙ୍ଗେ
ଅପୂର୍ବ ଦୃଶ୍ୟରେ ଛାଇ ହୋଇଯାଅ ତମେ ନିଶିରେ
କେବେକେବେ ସେ ମେଘ ଢାଙ୍କି ଦିଏ ଈର୍ଷାରେ ,
ଭାବ ଭାବନାର ଗନ୍ତାଘର ହୋଇ ଏ ଆଖିରେ ରହିଛ
ସବୁଦିନେ ତମେ ଆଦ୍ୟ ଠାରୁ ଅନ୍ତ ଯାଏ,
ସୀମାରେଖା ତମ ଖୋଜିକିଏ ପାରିଛି ଜଗତରେ
ଦିନ ମାସ ବର୍ଷ ପଛେ ଖାଲି ସରିଥାଏ ,
ସୂର୍ଯ୍ୟ ଚନ୍ଦ୍ର ତାରା ତୁମରି ବକ୍ଷରେ ଶୋଭା ପାଆନ୍ତି
ଜଣା ନାହିଁ କାହିଁ କେତେ ଅନାଦି କାଳରୁ,
ବିଛୁରିତ କରି ଆଲୋକର ସେ ଅପୂର୍ବ ସମ୍ଭାର
ସଜାନ୍ତି ତମକୁ ଦୂର କରି ଅନ୍ଧାଠାରୁ ,
ସେ ବିଜୁଳି ଘଡଘଡି ଇନ୍ଦ୍ରଧନୁର ସପ୍ତରଙ୍ଗ
ମନେହୁଏ ତମ ଚିତ୍ରାୟିତ ଚିତ୍ରକଳା,
ମାଟିମଗ୍ନା ହୋଇ ଯେବେ ତମେ ହସିଦିଅ ପ୍ରସନ୍ନେ
ଜୀବନ ମନେହୁଏ ଯେମିତି ଫଗୁବୋଳା .....।