ଆକାଶ
ଆକାଶ
ସୀମାହୀନ, ଦିଗନ୍ତ ପ୍ରସାରି
ଆକାର ନାହିଁ କି ଶେଷ ନାହିଁ
ନୀଳ ବର୍ଣ୍ଣ ରୂପ ତାର କେତେ
କମନୀୟ !
ଦୂର ଦିଗବଳୟ ଅତନ୍ତ୍ୟ
ମନଲୋଭା, ହୃଦୟସ୍ପର୍ଶୀ
ତା ଦେହରେ ଇନ୍ଦ୍ରଧନୁ ପଡିଗଲେ
ତା ରୂପ ଆହୁରି ଦିଗୁଣିତ ହୋଇଯାଏ !
ବେଳେବେଳେ ଲାଲ ରଙ୍ଗ ଆକାଶ
ବକ୍ଷକୁ କରିଦିଏ ନବ ଵିଭାହିତା
ତରୁଣୀ ପରି !
ରାତ୍ରିର ଶୋଭା ଅତନ୍ତ୍ୟ ଚିତାକର୍ଷକ
ତାରା ମାନେ ଯେତେବେଳେ ଫୁଟି
ମିଞ୍ଜିମିଞ୍ଜି ଆଲୋକ ବର୍ଷଣ କରନ୍ତି
ଆଉ ଚନ୍ଦ୍ରମା ଯେତେବେଳେ ଖେଳିଖେଳି
ଗୋଟିଏ ପଟରୁ ଅନ୍ୟ ପଟକୁ
ଗମନ କରେ !
