ଆକାଶ ତୁମପରି ବିଶାଳ
ଆକାଶ ତୁମପରି ବିଶାଳ


ଆକାଶର ବ୍ୟାପ୍ତି ଭିତରେ
ନିଜେ ହଜିହୁଏ
ନିଜକୁ ବି ହଜେଇ ଦେଇହୁଏ I
ମୁଁ ତ ହଜି ଯାଇଛି
ସେଇ ବିଶାଳତା ଭିତରେ,
ନିଜକୁ ଖେଜି ଖୋଜି ନପାଇ
ନିରାଶ ବି ହୋଇଛି ଅନେକ ବାର I
ତୁମେ କହୁଛ ଆକାଶ ଦେଖିବ ବୋଲି,
ଖାଲି ଆଖିରେ କେମିତି ଦେଖିବ ଯେ
ଏତେ ବଡ ବିଶାଳତା,
କଣ ଆଖିରେ ଧରାଦେବ?
ତୁମେ ନିଜେ ତ ଆକାଶ ପରି ବିଶାଳ
ନିଜକୁ ନିଜେ ନିରେଖି ଚାହୁଁନ,
ଦେଖିବ ଆକାଶ ଆଉ ତୁମ ଭିତରେ
କିଛି ବି ଫରକ ନାହିଁ I
ସେଥିପାଇଁ ଭାବୁଛି-
ମୁଁ ବୋଧହୁଏ ତୁମ ଭିତରେ ହିଁ
ହଜି ଯାଉଥାଏ ଥରକୁ ଥର
ତୁମରି ବିଶାଳତା ଭିତରେ
ଆକାଶକୁ ଅନୁଭବ କରେ ମୋ ଭିତରେ
ତୁମେ ଥରେ ତୁମ ଭିତରେ ନିଜକୁ ଦେଖନା,
ଦେଖିବ ଆକାଶ ପରି ତୁମେ କେତେ ବିଶାଳ I