Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kadambari Mohakhud

Classics Fantasy Inspirational

4.3  

Kadambari Mohakhud

Classics Fantasy Inspirational

ଆକାଶ ସାଜିଛି ବଧୂ

ଆକାଶ ସାଜିଛି ବଧୂ

1 min
255


ନୀଳ ଓଢଣୀ ତା

ବାଦଲର ଫାଙ୍କେ

ଲୁଚି ସେ ଦେଖେରେ 

ନବ ବଧୂ ଟିଏ ସାଜି ||


ମୁଁହଟି ଯେମିତି

ସଜ କଇଁ ଫୁଲ

ସୁରୁଜ ଚୁମୁକି

ତା ମଥାରେ ଦିଏ ମାଖି ||


ଝଲସି ଉଠେକି ସୁରୁଜ ଆଲୋକ

ହଳଦିଆ ପଟ ଢାଙ୍କି

ଝିଲିମିଲି ହୁଏ

ଏ ପୃଥିବୀ ଧାରାର ଆଖି ||

ସୁରୁଜ ବୁଡ଼ିଲେ ,

ସଞ୍ଜ ନଇଁ ଗଲେ

ସିନ୍ଦୁରାର ରଙ୍ଗ

ତୋ ଓଠେ ଦେଉଛୁ ମାଖି ||


ଆସୁ ନବ ବଧୂ ଟିଏ ସାଜି

ସତେକି ଯେମିତି

 ଧୀର ନଈ ପାଣି

ତୋ ପୁରୁଣା

ପ୍ରେମିକ ସାଥି ||


ସିନ୍ଦୁରା ରଙ୍ଗ ତୋ 

ଓଢଣୀ ଭିତରେ

ନିରିକ୍ଷୀ ଦେଖୁଛୁ ନୀତି 

ଆସୁ  ନବ ବଧୂ ଟିଏ ସାଜି

ରାତିର ଜୋଛନା  

ଜହ୍ନ ଆଲୁଅରେ 

କଳା ଚାଦରକୁ

ତୋ ଦେହେ ଦେଉଛୁ ଢାଙ୍କି ||


ଆଉ ଅଧା ଚାନ୍ଦ ପିନ୍ଧି

ଦଉ ତୁ ମୁରୁକି

ସତେ ଅପସରି

ତୋତେ ତାରାତ ଆସନ୍ତି ଦେଖି ||


ପ୍ରଭାତେ କାକଳି

କାକ ରାବେ ତତେ ଦେଖି

ପ୍ରଭାତ କିରଣେ

ହଳଦୀ ଦେଇଛୁ ମାଖି ||


ଆସୁ ନବ ବଧୂ ଟିଏ ସାଜି

ଆଜି ପ୍ରକୃତି ମୁରୁକେ

ଦେଖି ବଧୂ ବେଶେ 

ଆଉ ଧାରା ପୃଥିବୀ ଟା

ତୋତେ ଚାତକେ ଚାହିଁଛି ବସି ||


ଆସୁ ନବ ବଧୂ ଟିଏ ସାଜି

ତୁ ନବ ବଧୂ ଟିଏ ସାଜି ||


Rate this content
Log in

Similar oriya poem from Classics