STORYMIRROR

Panchanan Jena

Fantasy

4  

Panchanan Jena

Fantasy

ଆଜ୍ଞାମରା

ଆଜ୍ଞାମରା

1 min
8

ଥାଇପାରେ ଗଣ୍ଡା ଗଣ୍ଡା 
ଉଚ୍ଚଶିକ୍ଷାର  ପ୍ରମାଣପତ୍ର
ଥାଇପାରେ ଥାକ ଥାକ 
କଳାକୃତି ପ୍ରଶଂସାପତ୍ର
ଯଦି ପଢି ପାରିଲନି କି ବୁଝି ପାରିଲନି
ଗରୀବ ଗୁରୁବାଙ୍କ ଆଖିକୋଣର ଲୁହ 
ଯଦି ଦେଖି ପାରିଲିନି କି ଜାଣି ପାରିଲନି
ଦରିଦ୍ର ନାରାୟଣାଙ୍କ ଛାତିତଳର କୋହ
 ଗଜମୁର୍ଖ କହିବାକୁ ପଛେଇବି ନାହିଁ
ମହାମୁର୍ଖଙ୍କ ଚାକର କହିବି ଛାତି ଫଟେଇ

ଥାଇପାରେ ଅଚଳାଚଳ ଅମାପ
 ଧନ ସଂପତ୍ତି ବ୍ୟାଙ୍କରେ
ଥାରେପାରେ ମାଣ ମାଣ ବାଟି ବାଟି 
ବିଲ ବାଡି ଜମି ମହୀରେ
ଯଦି ଭଲ କହିଲେନି କି ସମ୍ମାନ ଦେଲେନି
ଚାରିଜଣ ସମାଜର ବଡ଼ଦାଣ୍ଡରେ
ଯଦି କେହି ଖୋଜିଲେନି କି ଲୋଡିଲେନି
ପର୍ବ ପର୍ବାଣୀ ବିବାହ ବ୍ରତରେ 
ମହାମୂଢ଼ କହିବାକୁ ଆଗୁସାର ମୁହିଁ
କୋଣଠେସା ଅର୍ବାଚୀନ କହିବି ଦାଣ୍ଡ ଦୁଲୁକେଇ

ଥାଇପାରେ ଅସରନ୍ତି 
ଦଶ ପୁରୁଷର ଗହଣାଗାଣ୍ଠି
ଥାଇପାରେ ଦରିଆ ବ୍ୟାପି 
ବ୍ୟାପାର ରୋଜଗାର ମୋଟାପାଣ୍ଠି
ଯଦି ବିଦ୍ୟାଦାନରେ କି ଅନ୍ନଦାନରେ
ସାହାଯ୍ୟର ହାତ ବଢ଼ାଇବାକୁ କୁନ୍ତୁ କୁନ୍ତୁ
ଯଦି ପୂଜାପାଠରେ କି ମେଳାଯଜ୍ଞରେ
ମନଖୁସିରେ ଶହେ ଦୁଇଶହ ଦାନ କରିବାକୁ ସୁକୁ ସୁକୁ
ଆଜ୍ଞାମରା କହିବାକୁ ବ୍ୟଗ୍ରଗାମୀ ଅଗ୍ରଗାମୀ ମୁଁହି
ବିଜ୍ଞଠକଙ୍କ ଗୁର ଘଣ୍ଟାଳ କହିବି ବାଜା ବଜେଇ


Rate this content
Log in

Similar oriya poem from Fantasy