STORYMIRROR

Arendra Kumar

Comedy

3  

Arendra Kumar

Comedy

ଆଜିର ନାରୀ

ଆଜିର ନାରୀ

1 min
128

ସୁନ୍ଦରୀ ଅପ୍ସରୀ ଇଷ୍ଟାଇଲି ମାରି

                ନାଜ ସରମକୁ ଭୁଲି

ଚାଖିଣ୍ଡି ପୋଷାକ ପିନ୍ଧିକି ଯାଆନ୍ତି

                ପ୍ରେମିକ ସାଥିରେ ବୋଲି....... (୧)


ପ୍ରେମିକ ପଛରେ ଚଢ଼ିକି ବୁଲନ୍ତି

                ପଛପଟ ଟେକା ଗାଡ଼ି

ଦେଖିଲେ ଲାଗଇ ରାଜାଙ୍କୁ ସତେକି

                ବେତାଳ ଧରିଛି ଭିଡ଼ି..........(୨)


ସିନେମା ହଅଲ ସପିଙ୍ଗି ମହଲ 

                ସବୁଠାରେ ଯୋଡ଼ା ଯୋଡ଼ା

ସଞ୍ଜ ବେଳଟାରେ ପାଆର୍କ ଭିତରେ

                ପ୍ରେମ ଚାଲେ ଥୋଡ଼ା ଥୋଡ଼ା........(୩)


ରାତି ଅଧଟାରେ ବାଆର ଭିତରେ

                ସୋମରସ ପେଟେ ପିଇ

ଅଲାଜୁକି ପରି ନାଚୁଥାନ୍ତି ସିଏ

                ହାତ ଧରାଧରି ହୋଇ.........(୪)


କି ଦିନ କି ରାତି ଚାଲେ ଚୋରାପ୍ରୀତି

                ରାସ୍ତାଘାଟ ନ ମାନନ୍ତି

ସକାଳ ପ୍ରହରୁ ରାତି ଅଧଯାଏଁ

                ଦୃଶ୍ୟମାନ ହେଉଥାନ୍ତି.........(୫)


ଆଜିକାଲି ନାରୀ ଭାରି ହୁସିଆରି 

                ରଚନ୍ତି ଏମିତି ଖେଳ

ନିତି ନୂଆ ନୂଆ ପ୍ରେମିକ ପଟେଇ

                କରନ୍ତି ପକେଟ ଖୋଳ........(୬)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy