ଆଜିର ଜନତା
ଆଜିର ଜନତା
ମରୁଭୂମି ପରି ପାଲଟି ଯାଇଛି
ଆଜିର ସମାଜ ନୀତି,
ଆଖି ସାମ୍ନାରେ ଯେତେବେଳେ ଘଟୁଛି
କିଛି ଅଘଟଣର ଇତି ।
ବାସ୍ କିଛି ଲୋକ ପାଲଟି ଯାଆନ୍ତି
ମୁକ ପରି ତାଙ୍କ କଥା,
ଜାଣିଶୁଣି ଅନ୍ୟାୟ ଆଗରେ ସିଏ
ନୁଆଁଇ ଦିଅନ୍ତି ମଥା ।
ଧିକ୍ ତୁମ ଆଜିର ଯୁଗର ନର
ପଛଘୁଞ୍ଚା କାହିଁ ଏତେ,
ସମାଜ ଆଗରେ ତୁମ ପରିବାର
ଗଢିବୁ କେମିତି ସତେ ।
ଯେତେବେଳେ ତୁମ ଝିଅ ଚାଲୁଥିବ
ରାଜ ରାସ୍ତା ସଡ଼କରେ,
ଯଦି ସେହି ଝିଅ ଘରକୁ ନ ଫେରେ
ଭାବିଛୁ କି ନାହିଁ ମନରେ ।
ବେଳ ଥାଉ ଥାଉ ସାବଧାନ ରୁହ
ଆଜିର ସମାଜେ ଜନ,
ମୁକ ପରି ବ୍ୟବହାର ନ କରି
ମୁହଁଖଲି କର ଶାସନ।।
◆ କେ.ନିର୍ମଳ
◆ ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)