STORYMIRROR

Chittaranjan Nanda

Abstract Action Classics

4  

Chittaranjan Nanda

Abstract Action Classics

ଆଜିର ଚିନ୍ତା ମଣିଷର

ଆଜିର ଚିନ୍ତା ମଣିଷର

1 min
335

ଜାଣ ସବୁ ବୃକ୍ଷ ପାଇଁ ତିଷ୍ଠିଛି

ସମସ୍ତ ପ୍ରାଣୀ ସମାଜ

ତାକୁ ହତାଦର କରି ଭୋଗୁଛେ 

କଅଣ ପାଇଛେ ଆଜ ।


କାନେ ଶୁଣି ନଥିଲେ ଅଭାବ 

କେବେ ଅମ୍ଳଜାନର  

ଯନ୍ତ୍ରଣାରେ ଜର୍ଜରିତ ମଣିଷ

ହୁଏ ଅଣନିଶ୍ଵାସର ।


ଶାନ୍ତି ଯାହା ମିଳୁଥିଲା ଘଂଚ 

ବନାନୀର ତଳେ

ପାଇଛେ କି ତାହା କୁହ ଏ.ସି.ର 

ଘୋଡଣୀ ଭିତରେ ।


ଭୀତତ୍ରସ୍ତ ହୋଇଛି ମଣିଷ ଜୀବନ, କୁହ 

ତୁମେ ପଛେ ଭାଗ୍ୟର ଖେଳ

ଭାବୁଛେ ଖାଲି କେବଳ ପୁଣି ଆସିବ 

କେବେ ସେ ପୁରୁଣା ସକାଳ ।


ଭିଡ଼ ଜମିଛି ଡାକ୍ତର ପାଖେ ଅବା 

ଔଷଧ ଦୋକାନରେ 

ଛାତି ଧଡ ପଡ ହୁଏ ଆମ୍ବୁଲାନ୍ସ୍‍ର 

ସାଇରନ୍‍ ଶବ୍ଦରେ ।


ନିର୍ମାଣ କରିଛେ କେତେ ପ୍ରକାର

ସୁଶୋଭିତ କୋଠା ଘର 

କାହିଁ ଆଜି ସେ ସମୟର ଦୃଢ଼ 

ବିଶ୍ୱାସ ମଣିଷ ଭିତର ।


ହଜିତ ଯାଇଛି ପୁରୁଣା ଦିନ, ତାହା

ହୋଇଛି ସପନ

ଅତୀତ ଗର୍ଭରେ ଲୀନ ହୋଇଅଛି

ରହିଛି ହୋଇ ଚି଼ହ୍ନ ।


ଛକମୁଣ୍ଡରେ ମଣିଷ ଦିଶୁନି, ଖାଲି 

ପୋଲିସର ଗାଡ଼ି 

ଶୋଚନା ଆସେ କେବେ ଭଲ ସମୟ 

ଅାସିବ ବାହୁଡ଼ି ।


ଗରମ ତେଲରେ ମାଛଭଜା ସମ

ମଣିଷ ହେଉଛି ଭାଜି,

ପ୍ରଶମିତ ହୁଏ ନାହିଁ କିଛି ଜ୍ୱାଳାରେ

ତା ସବୁ ବେଦନା ରାଜି ।


ସନ୍ତାପିତ ପ୍ରାଣ, ମଣିଷ ଜୀବନରେ

ଅନଳ ଜଳେ ହୋଇ ଦାଉଦାଉ,

ନାହିଁ ଆମ ଭୁଲର ଥଳକୂଳ, ପ୍ରାଣ 

ଵିକଳ ନିସ୍ତାର ପାଇବାକି ତାହୁଁ ।


ସାନ୍ତ୍ବନା ଅଟଇ ମହୌଷଧି ସ୍ୱରୂପ

ଦୁର୍ଗତି ଦୁଃଖ ସମୟରେ

ଉପଶମ ହୁଏ ଦୁଃସହ ଜୀବନ ଥିଲେ

ବିଶ୍ୱାସ ମନ ଭିତରେ ।


ସମୟ ବଳବାନ, ନୂଆ ଏକ ସମୟର 

ହେବ ଅୟମାରମ୍ଭ

ତୁମ ହାତେ ତୁମ ଭାଗ୍ୟ, ହୁସିଆର ହେଲେ

ବିଷାଦର ଧ୍ୱଂସ ହେବ ।


Rate this content
Log in

Similar oriya poem from Abstract