Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Tragedy Inspirational

4  

KRUTIBAS NAYAK

Tragedy Inspirational

ଆଜିର ଆହ୍ଵାନ

ଆଜିର ଆହ୍ଵାନ

1 min
197



ଅଦୃଶ୍ୟ ଶତ୍ରୁ କରୋନା- ଅନାଗତ ଆତଙ୍କ,

ଏବେ ଘେରି ରହିଅଛି ଆମ ସମାଜକୁ |

ତଥାପି ଏ’ କରୋନାର କରୁଣା ରହିଛି,

ଆମ ଭବିଷ୍ୟତ ନାଗରିକ ଆମ ଶିଶୁ ପ୍ରତି |


ନିର୍ଦ୍ଦୟ ହୋଇନି ପୁଣି କିଶୋର-କିଶୋରୀ-

ସଚେତନ ନାଗରିକ ସଞ୍ଜାମୀଙ୍କ ପାଇଁ |

କିଏ କହେ-କାଢା ପିଅ, କିଏ କହେ-ନିତି ବାମ୍ଫ ନିଅ,

କିଏ କହେ- ଶରୀରକୁ ରଖିବ ଗରମ |


ଟିକା ନେଲେ କରୋନା ଭୟ କମିଯାଏ |

ତଥାପି-

ଅନେକ ଅବୁଝା ଅମାନିଆଁ କିଛି ଶୁଣନ୍ତିନି,

ରୋଗକୁ ବଢାନ୍ତି ପୁଣି ଜ୍ଵରକୁ ଲୁଚାନ୍ତି |

ଆମେ ତ ହେଉଛୁ ନିଜେ ଆପଣାର ଶତ୍ରୁ,

ବିପଦକୁ ଡାକିଆଣି ଘରେ ପୁରାଉଛୁ |


ଅନ୍ୟ ଦୋଷ ଦେଇ ଆମେ ନିଜେ ଖସିଯାଉ,

କେତେ ଯେ ବାହାନା କରୁ ମାସ୍କ ପିନ୍ଧିବାରେ |

ବିତଣ୍ଡା ଯୁକ୍ତି କରନ୍ତି ଯୁବକ ଯୁବତୀ |


ଦୃଢ ମନୋବଳ ପୁଣି ସାହସ ତ ଲୋଡ଼ା,

ସଂଯମତା ଅସ୍ତ୍ର ସହ ଏକାନ୍ତବାସରେ-

ଶତ୍ରୁ ସହ ଲଢିହେବ ଏକଥା ନିଶ୍ଚିତ |


ଶତ୍ରୁକୁ ଦୁର୍ବଳ ବୋଲି ମନେ କରିବାନି,

ନିଜେ ବଞ୍ଚି ବଞ୍ଚାଇବା ଆଜିର ଆହ୍ଵାନ |



Rate this content
Log in

Similar oriya poem from Tragedy