STORYMIRROR

jyotsna mayee panda

Inspirational

3  

jyotsna mayee panda

Inspirational

ଆଜି ଉତ୍କଳ କହେ

ଆଜି ଉତ୍କଳ କହେ

1 min
249

ଓଡ଼ିଆ ମୁଁ ଆଜି ଗରବେ କହୁଛି

ଉଡାଇ ଉତ୍କଳ ବାନା...

ଉତ୍କଳ ଦିବସେ ସ୍ମୃତି ଆଜି ଭାସେ

ଉତ୍କଳ ମୋର ଠିକଣା...l


ତାହାରି ମାଟି ରେ ଜନମ ନେଲେ ଯେ

କେତେ କେତେ କବିବର...

ଅମୃତ ଝରାଇ କଳମ ମୁନ ରୁ...

ଗୌରବ ରଚିଲେ ତାର l


କବି ଗଙ୍ଗାଧର, ଫକୀର ପ୍ରବର

ଗୋଦାବରୀଶ,ମହାପାତ୍ର

ଗୋପବନ୍ଧୁ, ମଧୁ ସୁଦନ ପୁଣି ସେ

କବି ବର ରାଧାନାଥ....l


ଓଡ଼ିଆ ଭାଷା ର ପୁରୋଧା ଥିଲେ ସେ

ଲେଖିଗଲେ କେତେ ଗାଥା...

ଉତ୍କଳ ଜନନୀ ଗର୍ବିତ ସେ ପାଇଁ

ଟେକି ଦେଲେ ତାର ମଥା..l


ଭାଷା ଭିତ୍ତି ରେ ଉଡ୍ର ରୁ ଓଡ଼ିଆ

ହୋଇଥିଲା ଜନ୍ମ ତାର...

ସେ ଭାଷା ସଂସ୍କୃତି ଅଟଇ ମହାନ

ପ୍ରତି ରକ୍ତେ ବହେ ମୋର...l


ଗର୍ବିତ ମୁଁ ଆଜି ସେଇ ଭାଷା ପାଇଁ

ମୁଁ ଅଟେ ସେ ଓଡିଶା ର...

ମୋ ଭାଷା ଅଟଇ କୋକିଳ ର ସ୍ବନ

ମୋହି ନିଏ ପୁଣି ସବୁରି ପରାଣ

ନଦୀ, ନିର୍ଝରିଣୀ ଗାଏ ତାର ଗୀତ

ଭାଷା ମୋର ସ୍ୱାଭିମାନ....l


ପ୍ରତି ଓଡ଼ିଆ ର ରକ୍ତ ଆଜି କହେ...

ଓଡ଼ିଆ ଭାଷା ମହାନ 

ଉନ୍ନତ କରିବା ଆମରି ଭାଷା କୁ

ସମୃଦ୍ଧ କରିବା ଭାଇ..

ଭାଇଚାରା ର ସେ ବୀଜ ବୁଣିଦେବା

ଉତ୍କଳ ଜନନୀ ପାଇଁ l


କେବେ ଅସମ୍ମାନ କରିବା ନି ପୁଣି

ମୋ ଭାଷା ପରା ମହାନ..

ପ୍ରତି ଓଡ଼ିଆ ର ହୃଦେ ଭରିଦେବା

ଉତ୍କଳୀୟ ସ୍ୱାଭିମାନ...

ପ୍ରତି ଓଡ଼ିଆ ର କଣ୍ଠ ରୁ ଶୁଭିବ

ଓଡିଶା ର ଜୟ ଗାନ..l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational