STORYMIRROR

BULU BEHERA

Children

3  

BULU BEHERA

Children

ଆଜି ସ୍ୱାଧୀନତା ଦିବସ

ଆଜି ସ୍ୱାଧୀନତା ଦିବସ

1 min
275

ଆଜି ଅଗଷ୍ଟ ପନ୍ଦର ଆଜି

      ଆଜି ସ୍ୱାଧୀନତା ଦିବସ ଆଜି,

ଗୋରା ବେପାରୀ ଏହି ଦେଶକୁ

      ସବୁଦିନ ପାଇଁ ଗଲେ ଯେ ତେଜି |(0)


ପାଳନ କରୁଛେ ଦେଶବାସୀ

      ପ୍ରତି ବାର ମାସରେ ଆମେ ଥରେ,

ସ୍ୱାଧୀନତା ଦିବସ ଯେ ଭାବରେ

      ଅଗଷ୍ଟ ପନ୍ଦର  ତାରିଖରେ |

ମୁକ୍ତ ଆକାଶର ଖଗ ଆମେ

      ଯାଇଛୁ ସେହି ଦିନ ଠାରୁ ସାଜି, ||

ଆଜି...( 1)


ଯେତେ ନେତା ଓ ନେତ୍ରୀମାନେ

      କରିଥିଲେ ଏ ଦେଶକୁ ସ୍ୱାଧୀନ,

କେତେ ଲାଠିମାଡ଼ ଫାଶୀ ପାଇ

      ଦେଲେ ସେମାନେ ନିଜର ଜୀବନ |

ଆଜାଦ - ହିନ୍ଦ - ଫୌଜ ଗଢିଲେ

      ଲଢ଼ିବା ପାଇଁ ଦେଶକୁ ନେତାଜୀ ||

ଆଜି ...(2)


ବହୁ କଷ୍ଟ ଦେଲେ ସମସ୍ତଙ୍କୁ

       ନିଷ୍ଠୁର ଗୋରା ସରକାରମାନେ,

ଧନ ଡଉଲତ ଲୁଟି ନେଲେ

       ଦେଖାଇ ନିଜର ବନ୍ଧୁକ ମୁନେ |

ଗାନ୍ଧୀଙ୍କର ଅହିଂସା ନୀତିକୁ

       ଡରି ଛାଡି ଚାଲିଗଲେ ଇଂରେଜୀ ||

ଆଜି.......(3)


ଆମ ଦେଶକୁ ଆଉ ସେମାନେ

      କରିପାରିଲେ ନାହିଁ ଯେ ଶାସନ,

ଆମ ହାତରେ ଶାସନ ଦେଇ

      ନିଜ ଦେଶକୁ କରିଲେ ଗମନ |

ସେ ଦିନଟିକୁ ସ୍ମରିବା ପାଈଁ

      ପାଳନ କରୁଅଛୁ ଆମେ ଆଜି ||

ଆଜି ... (4)



Rate this content
Log in

Similar oriya poem from Children