STORYMIRROR

Antaryami Sahu

Classics Inspirational

3  

Antaryami Sahu

Classics Inspirational

ଆଜି ଜାଗର

ଆଜି ଜାଗର

1 min
172


ଜୟ ଜୟ ପ୍ରଭୁ ଆଖଣ୍ଡଳମଣୀ

   ଜୟ ନୀଳକଣ୍ଠେଶ୍ଵର,

ଜୟ ଜୟ ପ୍ରଭୁ ପାର୍ବତୀଙ୍କ ବର

   ନମୋ ନମୋ ଦେବ ହର ॥

ଜୟ ଜୟ ଉମାପତି ସତୀ ପତି

   ନମସ୍ତେ ଅମରେଶ୍ଵର ,

ଜୟ ଜୟ ପ୍ରଭୁ ନମୋ ପଞ୍ଚାନନ

   ନମସ୍ତେ ଧବଳେଶ୍ଵର ।।

କେତେ ଆଶାନେଇ ଆସିଅଛି ପ୍ରଭୂ

   ତୁମରି ମନ୍ଦିରେ ମୁହିଁ,

ଉପବାସ ରହି ଜାଗର ଜାଳିବି

  ଆହେ ପ୍ରଭୁ ଉମା ସାଇଁ ।।

ଫାଲ୍ଗୁନ ମାସର ଶୁକ୍ଳପକ୍ଷ ପୁଣି

   ତିଥି ଅଟେ ଚତୁର୍ଦ୍ଧଶୀ,

ଜାଗର ଜାଳିଣ ଉଜାଗର କଲେ

  ଅନ୍ତେ ଶିବଲୋକେ ମିଶି ॥

ଅରଖ ଦୁଦୁରା ଫୁଲ ଆଣିଅଛି

  ମଣ୍ଡିବାକୁ ତୁମ୍ଭଶିରେ,

ବେଳପତ୍ର ସାଥେ ଗାଇକ୍ଷୀର ପୁଣି

  ଆଣିଅଛି ମୁଁ ସାଥିରେ ।।

ଶ୍ରଦ୍ଧା ବିଶ୍ଵାସର ପ୍ରତିକ ଅଟନ୍ତି

  ସେ ପ୍ରଭୂ ଭୋଳା ମହେଶ,

ଚରଣେ ଶରଣ ପଶିବି ଯାଇଣ

   କଳ୍ମଷ ମୋ ହେବ ନାଶ ॥

ତୁମେ ସତ୍ୟ ପୁଣି ତୁମେ ହେ ସୁନ୍ଦର

  ତୁମେ ହେ ଯୋଗୀପୁରୁଷ,

ଦୟାକରବାରେ ଏ ଅଧମେ ଥରେ

  ମିଣ୍ଟି ଯାଉ ଏ କଳ୍ମଷ ॥

ସମୁଦ୍ର ମନ୍ଥନେ ହଳାହଳ ବିଷ

  ପ୍ରକଟ ହୋଇଲା ଯେଣୁ,

ହଳାହଳବିଷ ପାନକଲ ଯେବେ

   ନୀଳକଣ୍ଠ ନାମ ତେଣୁ ॥

ଯୋଗୀଙ୍କ ଇଶ୍ଵର ଆହେ ମହାଯୋଗୀ

  ଆହେ ପରମ ବୈଷ୍ଣବ,

ସଂସାର ପ୍ରଳୟଙ୍କାରୀ ମହାଶକ୍ତି

  ହର ହର ମହାଦେବ ।।

କରୁଣାକରିବ ଆହେ ସିଦ୍ଧେଶ୍ଵର

  ନମୋନମୋ ତ୍ରିଲୋଚନ ,

ଦାସାନୁ ଦାସକୁ ଦିଅକୃପାବାରି

  ଶରଣ ହେ ପଞ୍ଚାନନ ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics