STORYMIRROR

Rama chandra Pradhan

Romance Tragedy

3  

Rama chandra Pradhan

Romance Tragedy

ଆଜି ବି ଖୋଜେ ମୁଁ ତୁମକୁ

ଆଜି ବି ଖୋଜେ ମୁଁ ତୁମକୁ

1 min
170


ଆଜି ବି ଖୋଜେ 

     ମୁଁ ତୁମକୁ..... 

 ତୋଫା ଜହ୍ନର ଶୀତଳତାରେ 

 ନୀଳ କଇଁର କୋମଳତାରେ 

     ଆଉ ତୁମ... 

ଖିଆଲି ମନର ଚପଳତାରେ !

   ହେଲେ କାହିଁକି? 

ସେଦିନ ତୁମେ ଏମିତି କଲ

ଟିକେ ବି ଖୋଜିଲନି ମୋତେ... 

ଆକାଶ ଛାତିର ବିଶାଳତାରେ 

ବାଦଲ ଆଖିର ନୀରବତାରେ 

   ଆଉ ତୁମ...

ଚୋରା ଚାହାଁଣିର ଚମକତାରେ !!

 ମତେ ବିଶ୍ୱାସ କର

 ଆଜି ବି ଖୋଜେ 

     ମୁଁ ତୁମକୁ..... 

ମୋ ଖର ନିଶ୍ୱାସର ପ୍ରଖରତାରେ 

ମୋ ଭାବ ବିଶ୍ୱାସର ଗଭୀରତାରେ 

   ଆଉ ତୁମ...

ଭଙ୍ଗା ହୃଦୟର ଉଦାରତାରେ !

କଣ ବିଶ୍ୱାସ ହେଉନି ? 

ସତ...ଏକଦମ ସତ 

ଆଜି ବି ଖୋଜେ 

   ମୁଁ ତୁମକୁ... 

ପ୍ରତିକ୍ଷଣରେ 

ପ୍ରତିମୁହୂର୍ତ୍ତରେ 

  ଆଉ... 

ପ୍ରତିଟି ସ୍ପନ୍ଦନରେ !

କାଇଁ ମୋ ରାଣ ଖାଇ 

  ସତ କହିଲ...

ତୁମେ ଫେରିବ ତ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance