Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଆଜାଦୀର ଅମୃତ ମହୋତ୍ସବ

ଆଜାଦୀର ଅମୃତ ମହୋତ୍ସବ

1 min
240


ଆମ ସ୍ୱାଧୀନତା ପଚସ୍ତରୀତମ

ବରଷ ହେଲା ପୂରଣ

ଆଜାଦୀ ଅମୃତ ମହୋତ୍ସବ ପାଇଁ

ଚାଲୁଅଛି ଆୟୋଜନ ।


ଫରଫର ହୋଇ ଉଡିବ ତ୍ରିରଙ୍ଗା

ପ୍ରତିଟି ନଗର ପୁରେ

ଗୁଞ୍ଜିବ ସଙ୍ଗୀତ ଜନ ଗଣ ମନ

କଣ୍ଠେ ହର୍ଷ ଉଲ୍ଲାସରେ ।


ଭୁଲି ଜାତି ଧର୍ମ ବର୍ଣ୍ଣ ଭେଦାଭେଦ

ଆମେ ସର୍ବେ ଭାରତୀୟ

ହେବା ଏକ ମନ ଦୃଢତା ସମ୍ପନ୍ନ

ଆକୁମାରୀ ହିମାଳୟ ।


ଅହି°ସା ଶାନ୍ତିରେ ରଖି ସୁବିଶ୍ୱ।ସ

କରିବା କର୍ତ୍ତବ୍ୟ କର୍ମ

ଜାତୀୟ ସ°ହତି ବିଶ୍ୱର କଲ୍ୟାଣେ

ଢାଳି ଦେବା ମନପ୍ରାଣ ।


ଆମରି ହାତରେ ଆମେ ତ ଗଢିବା

ସ୍ୱର୍ଣିମ ନୂଆ ଅଧ୍ୟାୟ

ଶିଳ୍ପ କଉଶଳ କାରିଗରୀ ଜ୍ଞାନେ

ହେବା ଆମେ ଅଦ୍ୱିତୀୟ ।


ନିରନ୍ତର ଆମେ ପ୍ରଗତିର ପଥେ

ହେବା ସର୍ବେ ଅଗ୍ରସର

ଲକ୍ଷ୍ୟ ସୁନିଶ୍ଚିତ କରିବା ହାସଲ

ଜାଗ ଭାରତୀୟ ବୀର ।


ସ୍ୱାଧୀନ ଭାରତ ଦେଉଛି ଆହ୍ୱାନ

ହେ ପ୍ରିୟ ଭାରତବାସୀ

ଅମୃତ ଚେତନା ଭରି ସୁମାନସେ

ଅରଜ ଯଶ କିରତୀ ।


Rate this content
Log in

Similar oriya poem from Inspirational