STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଆଇନ୍ ତା ବାଟରେ ଯିବ

ଆଇନ୍ ତା ବାଟରେ ଯିବ

1 min
115

ଆଇନ୍ ତା' ବାଟରେ ଯିବା କଥା ନିଶ୍ଚୟ ଯିବ

କାହାର ଅବା ଏଥିରେ ଆପତ୍ତି କାହିଁକି ରହିବ ।


ଆଇନ୍ ଆଖିରେ ବନ୍ଧା ହୋଇଛି ଅନ୍ଧପୁଟୁଳି

କ୍ଷମତାଶାଳୀଙ୍କ କଥାରେ ଆଉ ବାଜୁନି ବାଟୁଳି।


ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ତ ଦୋଷ ନାହିଁ

ଯାଗଯଜ୍ଞରେ ବସ୍ତ୍ରମ୍ ଅଭାବେ ସୂତ୍ରମ୍ ଦେହି ।


କ୍ଷମତା ରାଜନୀତିର ଶୀର୍ଷାସନ ଅଧିକାର ପରେ

ଅବିବେକୀ ମୋଡୁଥାଏ ଧର୍ମନୀତି ମୁଣ୍ଡ ନ୍ଯସ୍ତ ସ୍ବାର୍ଥରେ।


କରୁଥାଏ ନ୍ୟାୟ ଧର୍ମ ନୀତିର ଏକପାଖିଆ ବ୍ଯାଖ୍ଯାନ

ଅପତ୍ଯବର୍ଗକୁ ପ୍ରୀୟାପ୍ରୀତିରେ ଦେଉଥାଏ ପ୍ରୋତ୍ସାହନ ।


ଅନ୍ଯାୟ ଅନୀତି ଅଧର୍ମର ସାଜିଥାଏ ସିଏ ସ୍ତାବକ

ବ୍ଯାଭିଚାର ଅନାଚାର ଅପସଂସ୍କୃତିର ମୁଖ୍ୟ ପୃଷ୍ଠପୋଷକ।


ଉପରଠାଉରିଆ ଢଙ୍ଗରେ ଆଇନ୍ ଯିବ ତା' ବାଟରେ

ଦେଖଣାହାରୀର କିଆଁ ହେଉଛି ଗାତ୍ରଦାହ ତୁଚ୍ଛାରେ ।


Rate this content
Log in

Similar oriya poem from Abstract