STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ଆଈ ମାଆ କାହାଣୀ

ଆଈ ମାଆ କାହାଣୀ

1 min
380

ଦିଲ୍ଲୀର ସହରେ ରହୁ ଅଛୁ ଆମ୍ଭେ

ହେଲା ଆଜି ଦଶ ବର୍ଷ

ଦୁଇଟି ସନ୍ତାନ ପତ୍ନୀ ମଧ୍ୟ ସଙ୍ଗେ

ଥିଲାଟି ଅତି ଉଲ୍ଲାସ।୧।


ଆଈ ମାଆଟି ମୋର ପିତୃମାତୃ ସଙ୍ଗେ

ଗାଆଁରେ ରହିଣ ଅଛି,

ବାପା ହିଁ ମୋହର ଶିକ୍ଷକ ଅଟନ୍ତି

ସେବା କାର୍ଯ୍ୟେ ମାଆ ରହିଛି।୨।


କାର୍ଯ୍ୟୁ ଅବସର ହେବ ଆର ବର୍ଷ

ଦିଲ୍ଲୀକୁ ଆସିବେ ସବୁ,

ସଙ୍ଗେ ପିତୃମାତୃ ଆଈ ବି ଆସିବ

ରହିବୁ ସଙ୍ଗରେ ସବୁ।୩।


କଥା ପିଲାଦିନ ମନେ ପଡୁଅଛି

ବୁଢୀ ଆଈ ମାଆ କାହାଣୀ,

ରାଜାରାଣୀ କଥା କହୁ ଥିଲା ଆଈ

ଶୁଣି ଥିଲି ତାଙ୍କ ବାଣୀ।୪।


ଛୋଟ ଥିଲି ମୁହିଁ ଥିଲି ପାଞ୍ଚ ବର୍ଷ

ଆଈ ପାଶେ ଅଳିଦଳି,

ଖାଉନଥିଲେ ସେ କାହାଣୀ କୁହେଟି

ଖୁଆଇ ଦିଏଟି ଦୋଳି।୫।


ଖୁଆଇ ଦିଏ ସେ କହୁଥାଏ ଗଳ୍ପ

ସ୍ନେହ ଶ୍ରଦ୍ଧା ଅତି କରି,

ଆଈ ପରି ମୋର ନ ହେବେଟି କେହୁ

ନ ହେବେଟି ତାର ସରି।୬।


ଆଈର କାହାଣୀ ଗୁଞ୍ଜୁ ଅଛି ହୃଦେ

ରାକ୍ଷସୀର ସେ କାହାଣୀ,

ତାଡ଼କା ରାକ୍ଷସୀ କଥା କହୁଥିଲା

ରାକ୍ଷସୀ ତାଣ୍ଡବ ବାଣୀ।୭।


କିପରି ମାରିଲେ ପ୍ରଭୁ ରାମଚନ୍ଦ୍ର

ରାକ୍ଷସୀ ଗର୍ଜନ ବାଣୀ,

ଚିତ୍କାର କରିଣ ମଲା ରାମ ବାଣେ

ପଡ଼ି ଗଲା ସେ ଧରଣୀ।୮।


ପୁଷ୍ପ ବୃଷ୍ଟି ହେଲା ଆକାଶ ମାର୍ଗରୁ

ରାକ୍ଷସୀର ମୃତ୍ୟୁ ଜାଣି,

ଲାଗୁଥିଲା ସେହୁ ସତ୍ୟ ପରି ମତେ

ଆଈ କହୁଥିଲା ବାଣୀ।୯।


ଚାପି ଧରୁ ଥିଲି ଆଈକୁ ମୋହର

ରାକ୍ଷସୀର କଥା ଶୁଣି,

ଶୋଇ ଗଲି ମୁହିଁ ଆଈର କୋଳରେ

ମନେ ଆସିଅଛି ପୁଣି।୧୦।


କହୁଥିଲା ଆଈ ସୁପର୍ଣ୍ଣଖା କଥା

ରାମ ପାଶେ ଗଲା ସେହୁ,

ବିଭା କର ବୋଲି ଅଳି କରୁଥିଲା

ଲକ୍ଷ୍ମଣ ଦେଖିଲେ ସେହୁ।୧୧।


କାଟି ଦେଲେ ତାର ନାକ କାନ ସବୁ

କ୍ରୋଧିତ ହୋଇଲା ସେହୁ,

ଭାଇ ରାବଣର ପାଖକୁ ଯାଉଛି

କହି ଦେବି କଥା ଏହୁ।୧୨।


ଭାଇ ମୋ ରାବଣ ତ୍ରିପୁର ବିଜୟୀ

ମାରି ଦେବ ଦୁଇ ଭାଇ,

ସୀତେକୁ ଘେନିଣ ଲଙ୍କା ପୁରେ ନେବ

କରିବ ଭାରିଯା ଭାଇ।୧୩।


ନାକକାନ କାଟି କି ଦୁର୍ଦ୍ଦଶା କଲୁ

ଭାଇ ଘେନି ଯିବ ସୀତେ,

ଦୁଇ ଭାଇ ମାରି ସୀତେ ନେଇ ଯିବ

ଭାରିଯା କରିବ ସତ୍ୟେ।୧୪।


ଆଈ ଆଜି ମୋର ମନେ ହେଉ ଅଛି

ବିଚଳିତ ଆଜି ମନ,

କାଳିପୂଜାରେ ହିଁ ଯିବୁ ହିଁ ଗାଆଁକୁ

ଦେଖିବାକୁ ହୁଏ ମନ।୧୫।


ଦିଲ୍ଲୀର ସହରେ ରହି ଅଛୁ ଆମ୍ଭେ

ହେଲା ଆଜି ଦଶ ବର୍ଷ,

ଦୁଇଟି ସନ୍ତାନ ପତ୍ନୀ ମଧ୍ୟ ସଙ୍ଗେ

ଥିଲାଟି ଅତି ଉଲ୍ଲାସ।୧୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational