ଆହେ ପ୍ରଭୁ ଲମ୍ବୋଦର
ଆହେ ପ୍ରଭୁ ଲମ୍ବୋଦର
ଆହେ ଲମ୍ବୋଦର ଆହେ ଗଜାନନ
ଦିଅ ମୋତେ ଦିବ୍ୟ ଜ୍ଞାନ,
ତୁମରି ପୟରେ ମୋ ' ମଥାକୁ ରଖି
ଜଣାଉଛି ନିବେଦନ l
ନିର୍ବୋଧ ବାଳକ ଜାଣିନାହିଁ ମୁହିଁ
ବିଦ୍ୟା ମାନେ ଅଟେ କ'ଣ ?
ଭୂତ ନା' ପ୍ରେତ ବୁଝାଇ ଦିଅ ହେ
ପ୍ରଭୁ ତୁମେ ଗଜାନନ l
ଅଜ୍ଞାନ ରୂପକ ଭୂତ ମୋ' ଶରୀର
ବାହାର କର ଝାଡ଼ିଣ,
ବିଦ୍ୟାର ଭଣ୍ଡାର ରହିଛି ପୂରିଣ
ତୁମ ଅନ୍ତର ଭିତରେ,
ସେହି ଭଣ୍ଡାରରୁ କିଛି ମୋତେ ଦିଅ
ମାଗୁଅଛି ମୁଁ ଆତୁରେ l
ବିଦ୍ୟା ଭଣ୍ଡାରରୁ ତୁମେ ବିଦ୍ୟା ଦେଇ
ମନ ମୋ' କର ପୂରଣ l
ତୁମରି କୃପାରୁ କେତେ କେତେ କବି
ଯାଇଛନ୍ତି କାବ୍ୟ ଲେଖି,
ତୁମ କୃପା ଦୃଷ୍ଟି ମୋ ଉପରେ ଥରେ
ଦିଅ ପ୍ରଭୁ ତୁମେ ରଖି l
ମନ ବାଞ୍ଛା ମୋର କର ହେ ପୂରଣ
ଶୁଣି କରି ମୋ" ଜଣାଣ
