STORYMIRROR

Ajay kumar Behera

Abstract

2  

Ajay kumar Behera

Abstract

"ଆହେ ନୀଳକଣ୍ଠ"

"ଆହେ ନୀଳକଣ୍ଠ"

1 min
76

ଆହେ ନୀଳକଣ୍ଠ 

ବାବା ଭଳା ମହେଶ୍ୱର

ତୁମରି ଦୟାରୁ

ସଂସାର ହେଉ ସୁନ୍ଦର


ଭକତ ଜନର

ତୁମେ ଯେ ସୁରକ୍ଷାକାରୀ

ତବ ଦୟା ହେଲେ

ମଙ୍ଗଳ ହୁଏ ସବୁରି


ଶ୍ରୋଦ୍ଧାରେ ଯିଏ ତ

ପୂଜଇ ତୁମକୁ ଥରେ

ଯାଚି ଦିଅ ବର

ତୁମେ ତ ବିନା କୁହାରେ


ଧନ୍ୟ ଧନ୍ୟ ତୁମେ

ବାବା ଭଳା ମହେଶ୍ୱର

ତୁମେ ସୃଷ୍ଟି ସ୍ଥିତି

ଏଇ ସାରା ସଂସାରର


ତବ ପାଦ ତଳେ

ଏତିକି ମିନତୀ ମୋର

ରକ୍ଷା କର ପ୍ରଭୁ

ସଦା ଦୁଃଖୀ ରଙ୍କିଙ୍କର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract