STORYMIRROR

Anirudha Kund

Abstract Classics

3  

Anirudha Kund

Abstract Classics

ଆହେ ମୋର ବନମାଳୀ

ଆହେ ମୋର ବନମାଳୀ

1 min
208


ମୁକୁଳା ମନ୍ଦିର କିଳା ହୋଇଅଛି

  ମନା ବଡ ଦାଣ୍ତ ଧୁଳି

କାଠର ଠାକୁର କଠୋର ହୁଅନା

  ସିଂହ ଦୁଆରକୁ କିଳି ॥୧॥


ତୁମରି ସଂସାର ତୁମରି ଆଗରେ

  ଯାଉଅଛି ପ୍ରଭୁ ଜଳି

ଠିକଣା ବେଳରେ ଠକି ଦେଲେ ପ୍ରଭୁ

  କାହାକୁ କରିବୁ ଅଳି ॥୨॥


ଜଗତ କାନ୍ଦୁଛି କଲବଲ ହୋଇ

   ଆଖିର ଲୁହକୁ ଢାଳି

ଉଠ ଉଠ ପ୍ରଭୁ ପହଡ ଭାଙ୍ଗିଣ

   ଆହେ ମୋର ବନମାଳୀ ॥୩॥

 

ଭକତ ବାନ୍ଧବ ତୁମେ ତ ମାଧବ

   ଯାଅ ଦଶ ଦୋଷ ଭୁଲି

ରକ୍ଷାକର ପ୍ରଭୁ ତୋ ନାମେ କାଳିଆ

  ନ ଲାଗୁ କଳଙ୍କ କାଳି॥୪॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract