Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Krushna Priya Mohapatra

Thriller

3  

Krushna Priya Mohapatra

Thriller

ଆହେ ମହାବାହୁ

ଆହେ ମହାବାହୁ

1 min
254


ଜୀବନ ବଡ଼ଦାଣ୍ଡରେ, ଶରୀର ମୋ ରଥ।

ହୃଦୟ ସିଂହାସନରେ, ବସ ଜଗନ୍ନାଥ।

ସମର୍ପି ଦେଇଛି ମନ,ଆହେ ମହାବାହୁ,

ତୁଣ୍ଡେ ମୋର ହରି ନାମ, ସଦା ରହି ଥାଉ।


ଇନ୍ଦ୍ରିୟ ଦଉଡି ମୋର, ବିବେକସାରଥି,

ଭକ୍ତି, ଭାବ ,ସମର୍ପଣ , ରଥକୁ ଟାଣନ୍ତି।

ଲୁହ ରେ ଧୋଇ ପାଦମୁଁ ଶରଣ ପଶୁଛି, 

ନୈବେଦ୍ୟ ଦେବାକୁ ପ୍ରଭୂ ନାହିଁ ମୋ ଶକତି।


ଏ ଜୀବନ ତୁମ ଦାନ, ଏ ସଂସାର ତୁମ

ଆଖିରେ ଦେଖଇ ଯାହା ,ବସ୍ତୁ ଅନୁପମ।

ଗଢି ଥାଅ ଭାଙ୍ଗି ଥାଅ,ଆଖି ପଲକରେ

ମୋର କିଛି ନାହିଁ ଦେଵି , ତୁମ ପାଦ ତଳେ


କ୍ଷଣିକ ଆୟୁଷ ପାଇଁ, ଅନେକ ଯାଚନା

ମାୟାରେ ଘାଣ୍ଟୁଛ ଖାଲି, ପାଉଛି ଯାତନା।

ଦର୍ଶନ କରିବି ପ୍ରଭୂ ବେନି ଏ ନୟନେ,

ଭବ ସାଗରରୁ ପାରି କର ଦୀନଜନେ।


ଜନ୍ମ ମୃତ୍ୟୁ ବନ୍ଧନ ରୁ ଉଦ୍ଧାର ହୋଇଵି

ଆଶା ତୁମ ପାଦ ତଳେ ଲୀନ ହୋଇଯିଵି

ଯଦି ଜନ୍ମ ଦେବପ୍ରଭୂ ଅସାର ସଂସାରେ

ସେବକ ହୋଇ ରହିବି ତୁମ ଶ୍ରୀପୟରେ।


ଅଗାଧ ସାଗର ପ୍ରାୟ ଲାଗେ ଏ ସଂସାର

ତୁମ ନାମ ଜପି ଏଥୁ ହେବି ମୁଁ ଉଦ୍ଧାର।

ନାରାୟଣ ନାରାୟଣ ଜପୁଥିବି ତୁଣ୍ଡେ           

ଉଡ଼ିଯିବ ପ୍ରାଣପକ୍ଷୀ,ଥିବି ବଡ଼ଦାଣ୍ଡେ।


Rate this content
Log in

Similar oriya poem from Thriller