STORYMIRROR

କଳ୍ପନା ରାୟ

Classics

2  

କଳ୍ପନା ରାୟ

Classics

ଆହେ ଚକ୍ରଧର

ଆହେ ଚକ୍ରଧର

1 min
129


ଆହେ ଚକ୍ରଧର

ମୋତେ କ୍ଷମାକର

ମଣିଷ ଦେହରେ ହୋଇଲି ପଶୁ

ତୁମେ ଜଗନ୍ନାଥ

ରଖିବ ପତିତ

ମୋ ଦେହ ତୁମ ଦେହରେ ମିଶୂ


ଆହେ ବେଣୁପାଣି

ରଖ ମୋ ଦାୟିନୀ

ମାଗୁ ନାହିଁ ମୁହିଁ ତୁମକୁ ଚାନ୍ଦ

ତୁମେ କଳାକେକୀ

କଥା ରଖିବ କି

ତୋଷିବି କି ପ୍ରଭୁ ଦେଇ ମକରନ୍ଦ


ଆହେ କଳାକାହ୍ନୁ

ଵାଜିବ କି ବେଣୁ

ମନ ମୋର ନିଶ୍ଚେ ପୂରୀ ଉଠିବ

ଯିବି ମୁଁ ଯମୁନା

ହେବି ଆନମନା

ପାଣି ରାଧା ରାଧା ପୁଣି ବାସିବ


ହେ ମୁରଲୀଧର

କାହିଁ ଡେରିକର

ଉଠାଅ ଏଥର ରଥ ମୋହର

ବଞ୍ଚିବି କିଁପାଇଁ

ତୁମେ ଆସନାହିଁ

ମିଳିବି ଯାଇ ମୁଁ ତ ସ୍ଵର୍ଗପୁର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Classics