STORYMIRROR

Biswajit Sahoo

Inspirational Children

4  

Biswajit Sahoo

Inspirational Children

ଆହ୍ବାନ

ଆହ୍ବାନ

1 min
197


     


ନୂଆ ଆଶା ନେଇ ସକାଳ ଆସିଛି,

ଅନ୍ଧାର ଦୂରେଇ ଦେଇ,

ସାଥିରେ ଆଣିଛି ନୂଆ ସମ୍ଭାବନା,

ନୂଆ କିଛି ଲକ୍ଷ୍ୟ ନେଇ।


ଅନେକ ଦିନର ନିରବତା ପରେ,

ଶୁଭେ ଆଜି ଶଙ୍ଖନାଦ,

ଆଗାମୀ ଯୁଗର ନୂତନ ଆହ୍ୱାନ,

ହେଉଅଛି ଗୁଞ୍ଜରିତ।


ପ୍ରିୟ ଶିଶୁଗଣ ସେହି ଆହ୍ୱାନକୁ,

ଶୁଣିବାକୁ ଚେଷ୍ଟା କର,

ତୁମେ ହିଁ ଆଗତ ତୁମେ ଭବିଷ୍ୟତ,

ନିର୍ମାତା ଏ ଜଗତର।


ମୃତ ପ୍ରାୟ ଏହି ବିଶାଳ ଧରିତ୍ରୀ,

ଖୋଜୁଅଛି ତୁମ ସ୍ପର୍ଶ,

ଜ୍ଞାନ,ବୁଦ୍ଧି,ବଳ କୌଶଳ ପ୍ରଭାବେ,

କରିଦିଅ ଜୀବନ୍ୟାସ।


ନବ ଶତାବ୍ଦୀର ସନ୍ତାନ ହେ ତୁମେ,

ନବଦିଗନ୍ତର ଚିହ୍ନ,

ସାରା ବିଶ୍ୱ ପାଇଁ ସ୍ମରଣୀୟ ହେବ,

ତୁମ ଯଶ କୀର୍ତ୍ତିମାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational