STORYMIRROR

Padmalaya Mishra

Classics Inspirational Children

4  

Padmalaya Mishra

Classics Inspirational Children

ଆହ୍ୱାନ

ଆହ୍ୱାନ

1 min
15


ଉଡେ ଉଡୁଥିବ ଫରଫର ହୋଇ

ଆମରି ତ୍ରିରଙ୍ଗା ଧ୍ଵଜା

ପୂର୍ବଜଙ୍କ ଦମ୍ଭ ବୀରପଣ ଲାଗି

ବାଜୁଛି ସ୍ଵାଧୀନ ବାଜା ।।


ବୀର ପ୍ରସବିନୀ ଏମାଟି ମାଆର

ସୁଯୋଗ୍ୟ ସନ୍ତାନ ଆମେ

ପ୍ରେମ ଆମ ଭାଷା ଶାନ୍ତି-ମୈତ୍ରୀ ଆଶା

ପ୍ରବାହିତ ପ୍ରତି ରୋମେ ।।


ତ୍ରିରଙ୍ଗା ଘୋଡେଇ ଯବାନ ଯାଉଛି

ଅନ୍ତିମ ଯାତ୍ରାରେ ଯେବେ

କାନ୍ଦେ ଅନ୍ତରରେ ପ୍ରତିଟି ହୃଦୟ

ଛାତି ଫୁଲିଯାଏ ଗର୍ବେ ।।


ଯବାନ ଲଢୁଛି ସୀମାନ୍ତରେ ରହି

ଚାଷୀ ମାଟି ସ୍ଵେଦ ଦେଇ 

ବିଜ୍ଞାନ ଉଡାଏ ଅନ୍ତରୀକ୍ଷେ ଝଣ୍ଡା

ଜନତା ଶାନ୍ତିରେ ଶୋଇ ।।


ମାଟିରେ ମିଶିବ ମାଟିଘଟ ଦିନେ

ସେପାଇଁ ଭାବନା କାହିଁ

ଚିରନିଦ୍ରାରେ ଶୋଇବା ଆଗରୁ

କର କିଛି ମାଟି ପାଇଁ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics