STORYMIRROR

Chandrakanta Jena

Romance Fantasy Thriller

3  

Chandrakanta Jena

Romance Fantasy Thriller

ଆଗୋ ସିକ୍ତକେଶୀ

ଆଗୋ ସିକ୍ତକେଶୀ

1 min
236

ଆଗୋ ସିକ୍ତକେଶୀ ଅପୂର୍ବା ରୂପସୀ

ସୁଶୀଳା ତନ୍ମୟା ରାଶି

ବାରିଧାରା ପରି ଶୁଷ୍କ ଅରଣ୍ୟର

ବିବିଧତା ମୁକ୍ତକେଶୀ ।


ଉତ୍ତୀର୍ଣ୍ଣ ଗୋ ତୁମେ ଅବକ୍ଷୟ ମନେ

ଉର୍ଜାର ଆଲୋକ ମାଳା

ଆଗୋ ତରଙ୍ଗିଣୀ ମୂର୍ଚ୍ଚନା ରାଗିଣୀ

ଭାବାତିତ ମିଠା ଜ୍ଵାଳା ।


ଅନଘ ଅଞ୍ଜନା ଉଭା ରଣାଙ୍ଗନା

ପ୍ରୀତି ପୁଷ୍ପମାଳ ଗୁନ୍ଥି

ରୂପ ତ ଅମୂଲ ବିବିଧର ଫୁଲ

ପ୍ରିୟା ବିନୁ କାହୁଁ କ୍ଷାନ୍ତି ।


ମୁକ୍ତାଝରା ରାତି ଖୋଦିତ ସେ ଗୋଟି

ଦିଗବଳୟର ତାରା

ଅମ୍ଳାନ ଯେ ସେହି ପ୍ରୀତି ମନ୍ଥନର

ପିଉଷର ବାରିଧାରା ।


ଆକାଂକ୍ଷା ଯେ ସେହୁ କ୍ଳାନ୍ତ ପିପାସୁର

କ୍ଷତାକ୍ତ ର ଉପଶମ

ଉଦ୍ଦୀପନ୍ନା ମନେ ପ୍ରୀତିର ଜିଜ୍ଞାସା

କବିତାର ବି କଲମ ।


Rate this content
Log in

Similar oriya poem from Romance