STORYMIRROR

Sumitra Nayak

Abstract Romance Classics

4  

Sumitra Nayak

Abstract Romance Classics

ଆଗୋ ରାଇ

ଆଗୋ ରାଇ

1 min
579

ଆଗୋ ରାଇ ତୁମ ଅଧରେ

ହାସ୍ୟ ର ଝଲକ ବହି

କାହିଁ ଗଲ କାହିଁ ଗଲ

ଖୋଜି ହେଲିଣି ମୁଁ ବାଇ ।

      ଆଗୋ ରାଇ.........!! 

ଆଗୋ ରାଇ ପଦ୍ମ ନୟନୀ

ଚାହାଣି ରେ ଦେଇ ହାଣି,,

କାହିଁ ଗଲ କାହିଁ ଗଲ

ଖୋଜି ହେଲିଣି ମୁଁ ବାଇ ।

       ଆଗୋ ରାଇ.......!! 

ଆଗୋ ରାଇ କାଖେ କଳସୀ

ଯମୁନା ର ଜଳ ନେଇ,,

କାହିଁ ଗଲ କାହିଁ ଗଲ

ଖୋଜି ହେଲିଣି ମୁଁ ବାଇ ।

      ଆଗୋ ରାଇ........!! 

ଆଗୋ ରାଇ ତୁମ ପାଉଁଜିର

ଛମ୍ ଛମ୍ ଶବ୍ଦ କାହିଁ

ଶୁଭୁ ନାହିଁ ଶୁଭୁ ନାହିଁ

ଖୋଜି ହେଲିଣି ମୁଁ ବାଇ ।

         ଆଗୋ ରାଇ..........!! 

ଆଗୋ ରାଇ ସଖୀ ସଙ୍ଗେ

ତୁମ ମଧୁର ଆଳାପ

ଶୁଭୁ ନାହିଁ ଶୁଭୁ ନାହିଁ

ଖୋଜି ହେଲିଣି ମୁଁ ବାଇ ।

       ଆଗୋ ରାଇ........!! 

ଆଗୋ ରାଇ ତୁମ କଙ୍କଣ ର

ଋଣୁ ଝୁଣୁ ଶବ୍ଦ କାହିଁ

ଶୁଭୁ ନାହିଁ ଶୁଭୁ ନାହିଁ

ଖୋଜି ହେଲିଣି ମୁଁ ବାଇ ।

         ଆଗୋ ରାଇ..........!! 

ଆଗୋ ରାଇ ତୁମ ଶାଢ଼ି

ଝିଲି ମିଲି କାହିଁ,,

ଦିଶୁ ନାହିଁ ଦିଶୁ ନାହିଁ 

ଖୋଜି ହେଲିଣି ମୁଁ ବାଇ। 

        ଆଗୋ ରାଇ......!! 

ଆଗୋ ରାଇ ତୁମ ଗୌର

ବର୍ଣ୍ଣ ଛବି କାହିଁ,,

ଦିଶୁ ନାହିଁ ଦିଶୁ ନାହିଁ 

ଖୋଜି ହେଲିଣି ମୁଁ ବାଇ। 

      ଆଗୋ ରାଇ.......!! 

ଆଗୋ ରାଇ ତୁମ ଅଣ୍ଟା ବିଛା

ଚିକି ମିକି କାହିଁ,,

ଦିଶୁ ନାହିଁ ଦିଶୁ ନାହିଁ 

ଖୋଜି ହେଲିଣି ମୁଁ ବାଇ। 

        ଆଗୋ ରାଇ....!! 

ଆଗୋ ରାଇ ପ୍ରିୟତମା

ମୋର ପାଇଁ,,

ଫେରି ଆସ ଫେରି ଆସ

ଝୁରି ହେଲିଣି ମୁଁ ବାଇ ।

     ଆଗୋ ରାଇ....!! 

ଆଗୋ ରାଇ ପ୍ରତୀକ୍ଷା ପାଇଁ

ଯମୁନା ଘାଟରେ ମୁହିଁ

ଫେରି ଆସ ଫେରି ଆସ

ଝୁରି ହେଲିଣି ମୁଁ ବାଇ ।

        ଆଗୋ ରାଇ.........!! 

ଆଗୋ ରାଇ ତୁମର ଝଲକ ପାଇଁ

ସନ୍ଧ୍ଯା ଆଗମନ ଧାୟି

ଫେରି ଆସ ଫେରି ଆସ

ଝୁରି ହେଲିଣି ମୁଁ ବାଇ ।

    ଆଗୋ ରାଇ.......!! 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract