STORYMIRROR

Debaki Behera

Romance Fantasy

3  

Debaki Behera

Romance Fantasy

ଆଗୋ ପ୍ରିୟତମା

ଆଗୋ ପ୍ରିୟତମା

1 min
210


କଳାମେଘି କେଶ କରେ ମୋତେ ବସ

ଦେଖିଦେଲେ ତୁମ ରୂପ ସୁଷମା

ଆଗୋ ପ୍ରିୟତମା l

ଜହ୍ନି ଫୁଲ ରଙ୍ଗ କରଇ ବେଢ଼ଙ୍ଗ

ମନ କିଣିନିଏ ତୁମ ଗାରିମା

ଆଗୋ ପ୍ରିୟତମା l

ମୃଗୁଣୀ ନୟନା କରେ ଆନମନା

ଇଛା ହୁଏ ଡେଇଁ ଯିବାକୁ ସୀମା

ଆଗୋ ପ୍ରିୟତମା l

ଗୋଲାପ ପାଖୁଡା ପରି ଓ଼ଷ୍ଠ ଦୁଇ

କିଏ ହେବ ତଵ ସହ ଉପମା

ଆଗୋ ପ୍ରିୟତମା l

ସୁନ୍ଦର ସୁଢଳ କଟିଅଟେ ତୁମ

ସତେ ଅଟ କିବା ରାଜ୍ୟର ଜେମା

ଆଗୋ ପ୍ରିୟତମା l

କୋକିଳ ପରାୟେ ବାଣୀ ଶୁଣି ମନ

ଲାଗେ ତୁମେ ଜହ୍ନ ମୁଁ ଅଟେ ବାମା

ଆଗୋ ପ୍ରିୟତମା l

ଚୁଲୁବୁଲି ମନ ଦେଖି ମୁଁ ଉଚ୍ଛନ୍ନ

ଭୁଲି ପାରୁନାହିଁ ତୁମକୁ ଜମା

ଆଗୋ ପ୍ରିୟତମା l

ତୁମେ ମୋ ମନର ମଧୁଚନ୍ଦ୍ରିକା

ଅଧିକ ପ୍ରଶଂସା କରୁନି ଜମା

ଆଗୋ ପ୍ରିୟତମା l

ରାଗିବନି ଜମା ଦେଉଛି ରାଣ

ଭୁଲ କହିଥିଲେ ମାଗୁଛି କ୍ଷମା

ଆଗୋ ପ୍ରିୟତମା l



Rate this content
Log in

Similar oriya poem from Romance