Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Papu parida

Drama Romance Others

4.5  

Papu parida

Drama Romance Others

ଆଗୋ ପ୍ରିୟତମା

ଆଗୋ ପ୍ରିୟତମା

1 min
235



ଆଗୋ ପ୍ରିୟତମା

ଷୋଡ଼ଶି ସୁଷମା

ପଦ୍ମପରି ମୁଖ

ନାହିଁ ତୋ ଉପମା ।


ସାଜିଣ କୈବର୍ତ୍ତ

ଫିଙ୍ଗି ପ୍ରେମଜାଲ

ଛନ୍ଦି ଦେଏ ମତେ 

ହେଲିଣି ବେହାଲ ।


ଆଗୋ ସମ୍ମୋହିନୀ

ମୋ ମନ ମୋହିନୀ

ଆଖି ନୁହେଁ ତୋର

ସେତ ସଂଜୀବନି ।


ସାଜି ଚିତ୍ରକର

ଆଙ୍କି ପ୍ରେମଛବି

ବିଞ୍ଚି ଦେଇ ଯାଆ

ପ୍ରେମର ସୁରଭି ।


ଆଗୋ ଅପସରି

ମୋ ମନ ମୟୂରୀ

ରୂପରଙ୍ଗେ ତୋର

କିଏ ହେବ ସରି ।


ସାଜି ଏକ ଚୋର

ଚୋରି କରି ମନ

କରି ନେ ନିଜର

ମୋର ଏ ଜୀବନ ।


ଆଗୋ ମଧୁମୟୀ

ତୁମେ ସୂର୍-ମୟୀ 

ପାଗଳ ତୋ ଲାଗି

ମୁଁ ଯେ କାହିଁ ପାଇଁ ।


ସାଜି ମୋ ଶିକ୍ଷକ

ଧରି ପ୍ରେମ ଛାଟ

ଶିଖେଇଦେ ମତେ

ଟିକେ ପ୍ରେମ ପାଠ ।


ଆଗୋ ରୂପବତୀ

ତୁମେ ରସବତୀ

ତୁମ ବିନା ମୁଁ ଯେ

ବଞ୍ଚିବି କେମିତି ।


ସାଜି ଧନୁର୍ଦ୍ଧର

ମାରି ପ୍ରେମ ତିର

ଦେଇ ପ୍ରେମ ଛୁଆଁ

କରି ନେ ନିଜର ।


Rate this content
Log in

Similar oriya poem from Drama