STORYMIRROR

Sudhir Kumar Panda

Romance

4  

Sudhir Kumar Panda

Romance

ଆଗୋ ପ୍ରେମୀକା

ଆଗୋ ପ୍ରେମୀକା

1 min
182


ଅଭିସାରୀକା

ତୋ ପ୍ରେମରେ ମୁଁ ଯେ ଝୁରି ଝୁରିକା

ବର୍ଷା, ବୈଶାଖ ବସନ୍ତ ପାଇଲି 

ତୋତେ ପାଇଲିନି ଏକା। 


ଅନୁଗାମୀକା

ସାଥେ ମୋ ଚଳନ୍ତି ସୂର୍ଯ୍ୟ ଚନ୍ଦ୍ର ତାରା 

ମେଲାଇ ଦିଅନ୍ତି ଆଲୋକ ପସରା

ଏକା ତୋର ନାହିଁ ଦେଖା ।


ଗୌରଚନ୍ଦ୍ରୀକା

କିବା ଦେବି ତୋତେ ଉପମା ସମ୍ଭାର

ଯେତେ ଦେଲେ ଲାଗେ ସବୁ ଯେ ଅସାର

ମନରେ ଆସଇ ଦକା ।


ମନରାଧିକା

ଏ ମନ ଯମୁନା ବହୁଛି ଉଜାଣି 

ବାଟ ଚାହିଁ ଚାହିଁ ସଂଜ ବୁଡିଲାଣି

ମନ ତ ହେଲାଣି ଫିକା। 


ଆଗୋ ପ୍ରେମୀକା

ତୋ ପ୍ରେମ ପାଇଁକି ଜଳି ଜଳିକା

ଦିଶିଲାଣି ମୋତେ ଜୁଳୁଜୁଳୁକା

ଆଉ ତୁ ଜଳାନି ଏକା। 




Rate this content
Log in

Similar oriya poem from Romance