STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ଆଘାତ

ଆଘାତ

1 min
193

କୋମଳ ମନରେ ଲାଗିଲେ ଆଘାତ

ମନ ମଧ୍ଯେ ଭୟ ଜାତ

ଇତସ୍ତତଃ ହୁଏ ଶିଶୁଙ୍କ ଜୀଇଁବା

ଜାଣିରଖ ମନୁ ସୁତ।

ଦଙ୍ଗା, ଜାତିଆଣ ଆତଙ୍କୀ ପାମର

ଚଳାଇ ଦମନ ଲୀଳା

କରି ପ୍ରାଣ ନାଶ ହୁଅନ୍ତି ହରଷ

ଭୀମ ରୂପ କରି ଖେଳା।

ସଦନର ନିଅଁ ହେଲେ ଦୃଢିଭୂତ

ଭୟ ଯାଏ ଯେହ୍ନେ ଦୂର

ସେହିପରି ଶିଶୁ କରନ୍ତି ମଙ୍ଗଳ

ଦୃଢ଼ ଯେବେ ସ୍ନେହ ଡୋର।

ଭୟର କାରଣ କର ଦୂରିଭୂତ

ମିଳିଯିବ ସମାଧାନ

ଶିଶୁ ମାନେ ଆମ ବିଶ୍ବର ଭବିଷ୍ୟ

ରଖିବେ ଜାତିର ମାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract