STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ଆଘାତ

ଆଘାତ

1 min
186

କୋମଳ ମନରେ ଲାଗିଲେ ଆଘାତ

ମନ ମଧ୍ଯେ ଭୟ ଜାତ

ଇତସ୍ତତଃ ହୁଏ ଶିଶୁଙ୍କ ଜୀଇଁବା

ଜାଣିରଖ ମନୁ ସୁତ।

ଦଙ୍ଗା, ଜାତିଆଣ ଆତଙ୍କୀ ପାମର

ଚଳାଇ ଦମନ ଲୀଳା

କରି ପ୍ରାଣ ନାଶ ହୁଅନ୍ତି ହରଷ

ଭୀମ ରୂପ କରି ଖେଳା।

ସଦନର ନିଅଁ ହେଲେ ଦୃଢିଭୂତ

ଭୟ ଯାଏ ଯେହ୍ନେ ଦୂର

ସେହିପରି ଶିଶୁ କରନ୍ତି ମଙ୍ଗଳ

ଦୃଢ଼ ଯେବେ ସ୍ନେହ ଡୋର।

ଭୟର କାରଣ କର ଦୂରିଭୂତ

ମିଳିଯିବ ସମାଧାନ

ଶିଶୁ ମାନେ ଆମ ବିଶ୍ବର ଭବିଷ୍ୟ

ରଖିବେ ଜାତିର ମାନ।


Rate this content
Log in

Similar oriya poem from Abstract