STORYMIRROR

Pratima Satpathy

Children

3  

Pratima Satpathy

Children

ଆଗାମୀ ଦିନ ଭରା ସପନ

ଆଗାମୀ ଦିନ ଭରା ସପନ

1 min
10


 ଆମେ ଏ ଦେଶର ଅମୃତ ସନ୍ତାନ 

    ଆମେ ଅଟୁ ଭାଗ୍ୟବାନ 

ଆଖିରେ ଆମର ଆଗାମୀ ଦିନର

    ଭରା ଯେ ନୁଆ ସପନ।

ନୀଳ ସାଗରର ମୁକ୍ତା ମାଳା ଆମେ

    ଭାରତ ଆମର ମାଆ

ମାଆର ସୁରକ୍ଷା କରିବା ପାଇଁକି

    ସଗର୍ବରେ ହେବା ଠିଆ।

ପୂର୍ବ ପୁରୁଷଙ୍କ ତ୍ୟାଗ ଆଦର୍ଶକୁ

     ପାଥେୟ କରି ଜୀବନେ

ଅସୁମାରୀ ଆଶା ବିଶ୍ବାସ ନେଇଣ

     ବଞ୍ଚିବୁ ଆଗାମୀ ଦିନେ।

ବିଜ୍ଞାନ ଯୁଗର ପିଲା ଯେଣୁ ଆମେ

     ଆବିଷ୍କାର ଉଦ୍ଭାବନ

ନୂଆ ନୂଆ ଗବେଷଣା କରି ମନେ

      ଦେଖିବୁ ନୂଆ ସପନ।

ଆଗାମୀ ପିଢ଼ିର ଭବିଷ୍ୟତ ଆମେ

      ଆଶାର ଆଲୋକ ନେଇ 

ଉନ୍ନତି ପଥରେ ଦେଶକୁ ଆମର

    ନେବୁରେ ନିଶ୍ଚେ ଆଗେଇ।

ଆମେରିକା, ଜାପାନ ଓ ଚୀନ ଠାରୁ

    ଅଗ୍ରଣୀ ଦେଶ କରିବୁ

ଜାତିସଂଘରେ ଯେ ସ୍ୱର୍ଣ୍ଣ ଭାରତର

     ଇତିହାସ ରଚିଯିବୁ।

ଆଗାମୀ ଦିନର ଭରା ସପନକୁ

    ନିଶ୍ଚୟ ସତ କରିବୁ

ନୂଆ ଇତିହାସ ପୃଥିବୀ ପୃଷ୍ଠରେ

    ଲିପିବଦ୍ଧ କରିଯିବୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children