ଆଦିମ ଅନ୍ଧାର
ଆଦିମ ଅନ୍ଧାର
ଆଦିମ ଅନ୍ଧାର
ଚାରି ଚକ୍ଷୁର ମିଳନ ପରେ ନିବିଡ ଆଲିଙ୍ଗନ
ଅକ୍ଟୋପାସୀଅକ୍ଟୋପାସୀ ବାହୁ ବନ୍ଧନ ଚୁମ୍ବନର ବର୍ଷା
ଦେହ ମିଳେଇ ଯାଉଛି ଦେହଳୀରେ-- ଏକାନ୍ତରେ
ସେ ଦେହର ରାଜରାସ୍ତା ଦେଇ
ଅସମ୍ଭବ ଝଡ ଏକ ଉତୁରି ଯାଇଛି ।
ଏବେ ରତିକାନ୍ତ ଦେହ ଓ ଦେହର ଛାଇ
ଫୁଗୁଳା ହୋଇ ଶୋଇଥିବା ବେଳେ
ମାଡିଆସେ ଏକ ବିଚଳିତ ପ୍ରଶ୍ନ
ଆମେ କଣ ଏ ଯାଏ ସମ୍ମୁଜ୍ଜ୍ବଳ କରିନୁ ପ୍ରଭାତକୁ ?
ପ୍ରଭାତୀ ତାରର ମିଞ୍ଜି ମିଞ୍ଜି ଆଲୁଅ ଅସ୍ପଷ୍ଟ
ହରବର ତରବର ହୋଇ ଝର୍କା ଖୋଲିଲା ବେଳେ
ଝର୍କା ସେ ପାଖେ ଝରା ଶେଫାଳୀ ଓ ଅତସୀ କୁସୁମ
ମୋ ପ୍ରିୟା ନିଜ ଯାଇଛତି ନିବିଡରେ- ଏକାନ୍ତରେ
ଏହି ଆଦିମ ଅନ୍ଧାରରେ ଯଦିଓ ସେ
ମୋର ସହଚରୀ ଥିଲେ
ସାଧବ ବୋଷୁର ସଲ୍ଲଜ ହସ ସହ ପଚାରିବେ
କାହିଁକି ଏ ବିମର୍ଷତ୍ଵ-ଏକାକୀତ୍ବ– ଓ ଅନ୍ୟାନ୍ୟ
ମୁଁ ତ ଏ ଯାଏ ସଂଭ୍ରମତାର ଶୃଙ୍ଖଳା ଭାଙ୍ଗି ନାହିଁ
ନା ମାର୍ସିସସ୍ର ମୁଖା ପିନ୍ଧୁ ନାହିଁ
ମୁଁ ଓ ମୋର ସମର୍ପିତା ପ୍ରିୟା ତାଳି ଦେବୁ
ଆଂଜୁଳାଏ ଅଶ୍ରୁବିଗଳିତ ଆଦିମ ବିଚାର ।।