ତୁ ଆସୁଛୁ
ତୁ ଆସୁଛୁ
ତୁ ଆସୁଛୁ …
ଏଇ କାଶତଣ୍ଡୀ ଖୁସିରେ କହିଲା ମୋତେ…!
ତୁ ଆସୁଛୁ…
ତେଣୁ ତ ସେ ଆଜି ହସି ପାରୁଛି ଏତେ…!
ତୁ ଆସୁଛୁ…
ଆଗରୁ ସେଥିପାଇଁ ସେ ତୋତେ ଜଗିଛି ମର୍ତ୍ତ୍ୟେ…!!
ତୁ ଆସୁଛୁ…
ତେଣୁ ମଳୟ ବଦଳାଇଛି ନିଜ ଗତି…!
ତୁ ଆସୁଛୁ…
ତେଣୁ ଖୁସିରେ ବହୁଛି ସେ ଫୁଲେଇ ଛାତି…!
ତୁ ଆସୁଛୁ…
କହିଲା ପବନ ତେଣୁ ସେ ବାଣ୍ଟୁଛି ପିରତୀ…!!
ତୁ ଆସୁଛୁ…
ଘଣ୍ଟା ଘଣ୍ଟ ଶଙ୍ଖ ମହୁରୀ କୋଳାହଳ କହିଲେ…!
ତୁ ଆସୁଛୁ…
ପୁରପଲ୍ଲୀ ସବୁ ଅତି ଆନନ୍ଦେ ସଜେଇ ହେଲେ…!
ତୁ ଆସୁଛୁ…
ଆବାହନ କରିବାକୁ ସର୍ବେ ଆଗେଇ ଆସିଲେ…!!
ତୁ ଆସୁଛୁ…
ସବୁ ଦୈତ୍ୟ ଆଜି ଭୟରେ ତୋ ଠୁଁ ଲୁଚନ୍ତି…!
ତୁ ଆସୁଛୁ…
ତୋ ଭକ୍ତଗଣ ଆଜି ମନଖୁସିରେ ନାଚନ୍ତି…!
ତୁ ଆସୁଛୁ…
ତୋ ମୃଣ୍ମୟୀ ମୂର୍ତ୍ତି ଏଠି ସଭିଏଁ ପୂଜନ୍ତି…!!
ତୁ ଆସୁଛୁ…
କହି ଦେ ମା ଲୋ ଛାଡ଼ି ଯିବୁନି କେବେ…!
ତୁ ଆସୁଛୁ…
କହି ଦେ ମା ରହିବୁ ସଦା ତୁ ଏ ଭବେ…!
ତୁ ଆସୁଛୁ…
ଭସାଣି ହେଉ ପଛେ ତୁ ଯାଆନି ଜଗଦମ୍ବେ…!!