Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Abstract Classics

4  

Jagannath Das

Abstract Classics

ବିଜୟା ଦଶମୀ

ବିଜୟା ଦଶମୀ

1 min
243


(ରାଗ -ଶଙ୍କରା ଭରଣ )


କାଳ ହେଲା ବିଜୟା ଦଶମୀ ଗୋ ଜନନୀ

ଚାଲି ଯିବୁ ମର୍ତ୍ତ୍ୟ ଛାଡି ସ୍ୱର୍ଗ କୁ

ଶିବାନୀ

ନଭ ନାହିଁ ନିରି ମଳ

ତୁଟିନି ଜଳଦ ଜାଳ ତ

ଏଇ ଧରଣୀ....


ଜଳ ସ୍ଥଳ ନଭ କେତେ ଶୋଭା ପରକାଶେ

ବନ ତରୁ ଲତା ଗୁଲ୍ମ କୁସୁମରେ ଵାସେ

ପକ୍ଷୀ ପନ୍ତି ନାନା ଜାତି


ଗାଉଛନ୍ତି ଜୟଗୀତି

ତୋକରୁଣାଆଶେ......


ଗଲା ତିନି ଦିନ ବିତି ପୂଜାର ମଜା ରେ

ଦିନ ତିନୋଟିହେ ଗଲା ନିମିଷ ପ୍ରକାରେ

ଲିଭି ଯାଏ ଆଶା ଦ୍ବୀପ


ସଂଗେ ଅଖଣ୍ଡ ପ୍ରଦୀପ

ମୋ ହୃଦ ଭିତରେ......


ଶିଳ୍ପୀ ବଣିଜ କୃଷକ କେତେ ଭାବି ଥିଲେ

ଗୃହୀ ଯଜକ ଯାଜକ ମନେ ରଚିଥିଲେ

ସବୁଥିରେ ତୋ ପ୍ରକାଶ

ରୂପ ମାଧୁରୀ ଆଶିଷ ମୁଖେ ଜପୁ ଥିଲେ...


ନାହିଁବି ମୁଖେ ମଧୁରିମା ଆମ୍ଭ ଭିତରେ

ବୋଳା ବିଷାଦ କାଳିମା ତୋ ଯିବା କଥାରେ

ଦୁଃଖ ଲାଗେ ତଵ ପାଇଁ 

କେଣେ ଯାଅନି ହେ ଜନନୀ

ଭକ୍ତ ଚିନ୍ତା ରେ.....


ଦିଅ ମା ଲୋ ଶୁଭାଶିଷ କରିଛି ମାନସ

ବିଜୟା ପ୍ରଣତି ଘେନ ନ ହୋଇବିରସ 

ମାଲୋ ତୁହି ମୁକ୍ତି ଦାୟୀ 

ଦୁର୍ଗା ନାମ ଧ୍ୟାୟି ମୁଁ ଜପ କରେ ପ୍ରକାଶ...


ନମସ୍ତେ ନମସ୍ତେ ମାଗୋ ଗଣଧି ନାୟିକା

ଖାଟ୍ବାଂଗିନୀ, କପର୍ଦ୍ଦିନୀ ଓଁ କାର କରିକା

ସହସ୍ର ପ୍ରଣତି ମୋର

ନେଇ ଦୋଷ କ୍ଷମା କର ମା ଦୁର୍ଗା ଚଣ୍ଡୀକା...।।



Rate this content
Log in

Similar oriya poem from Abstract