Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Abstract Classics Inspirational

4.5  

Sambit Srikumar

Abstract Classics Inspirational

ପଶୁର ପ୍ରାଣବଳି

ପଶୁର ପ୍ରାଣବଳି

1 min
286



କିଏ ଏଠି ବାସ୍ତବରେ ପଶୁ?

ଆଚରଣ କାହାର ପାଶବିକ?

ମାନବର, ଦାନବର ନା ମୁକ ପଶୁର?

ଜୀବ ଶ୍ରେଷ୍ଠ ଦ୍ବିପଦ ମାନବ

ଭୁଲିଯାଏ ଦିବ୍ୟ ଗୁଣ ମାନବତ୍ବ

ନ୍ଯସ୍ତ ସ୍ବାର୍ଥ ସିଦ୍ଧି ଲାଗି

ଅବିଳମ୍ବେ ପାଲୋଟେ ଦାନବ

ପାର୍ବଣର ଅନ୍ତରାଳେ ଦୁର୍ଗା ପୂଜା ପାଇଁ

ମାଆର ନାଁ ନେଇ ଦିଏ ପଶୁବଳି।

ପରମ୍ପରା ରିତୀନିତୀ ସଂସ୍କୃତି ଚଳଣିର

ଦ୍ବାହି ଦେଇ କରିବାକୁ ଚରିତାର୍ଥ

ଆପଣାର ଜିହ୍ଵା ଲାଳସା ମନର ପିପାସା

ପୂଜା ପାର୍ବଣର ପାବନ ମୁହୁର୍ତ୍ତରେ

ହତ୍ଯା କରେ ନୀରିହ ମୁକ ପ୍ରାଣୀ ଅସଂଖ୍ୟ

ତାଜା ଉଷୁମ ଲହୁରେ ହୋଇଯାଏ

ଦେବୀପୀଠ ରକ୍ତର ରଂଗରେ ରଞ୍ଜିତ

ଭକ୍ତ ଅର୍ପଣ କରେ ଆରାଧ୍ୟା ଜଗତଜନନୀ

ଦେବୀ ମାଆଙ୍କୁ ତାଙ୍କ ସନ୍ତାନର ଶୋଣିତ।

ପ୍ରାଣୀବଳିର ପ୍ରବକ୍ତା ମହାଭାଗ ପରମ ଭକ୍ତଗଣ

ଥରୁଟିଏ ତ ପ୍ରଶ୍ନ କର ଆପଣା ମନକୁ

ସୁପ୍ତ ଅନ୍ତରାତ୍ମାକୁ ଆପଣାର ବିବେକକୁ

ସତରେ କଣ ମାଆ ଚାହେଁ ସନ୍ତାନର ବଳି?

କେଉଁ ମାଆ କଣ କେବେ ପାନ କରି ପାରେ

ଆପଣା ପ୍ରିୟ ସନ୍ତାନ ସନ୍ତତିର ଶୋଣିତ?

କାହିଁ ପାଇଁ ତୁମ୍ଭେ ଦେବଦୂତ ଦେବସୂତ

ପାଲୋଟିଛ ଆଜି ଅସଂଖ୍ୟ ପ୍ରାଣୀଙ୍କର ମୃତ୍ୟୁଦୂତ?

ତୁମ୍ଭେ ନୁହଁ ମାନବ ନାହିଁ ତୁମ୍ଭର ମାନବତ୍ବ

ତୁମ୍ଭେ ବାସ୍ତବରେ ହିଂସ୍ର ପଶୁ ପଦବାଚ୍ୟ

ସମଗ୍ର ଜଗତର କଲ୍ୟାଣ ଲାଗି

ମାଆଙ୍କ ସଂତୋଷ ବିଧାନ ଲାଗି

ବଳି ଦେବା ଯଦି ଏତେ ଜରୁରୀ

ତେବେ ଦିଅ ନିଜ ମନର ଷଡରିପୁ ବଳି

ଆତ୍ମସ୍ଥ ଦାନବର ପଶୁତ୍ବର ଦିଅ ବଳି

ଆପଣାର ତୁଚ୍ଛ ଗର୍ବ ଅହଙ୍କାରକୁ

ଯଜ୍ଞକୁଣ୍ଡରେ ଦିଅ ଆହୁତି

ଆସୁରିକ ପ୍ରବୃତ୍ତିକୁ ତ୍ଯଜି

"ଜୀବେ ଦୟା" ମନ୍ତ୍ରରେ ହୁଅ ଦୀକ୍ଷିତ

ସାଜ ଅମୃତର ସନ୍ତାନ ତୁମ୍ଭେ ଦେବଦୂତ।

        


Rate this content
Log in

Similar oriya poem from Abstract