Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Mishra

Abstract Classics Inspirational

4  

Debabrata Mishra

Abstract Classics Inspirational

ବୋଉ ହସରେ ଦିଶୁଛି ଲୁହ

ବୋଉ ହସରେ ଦିଶୁଛି ଲୁହ

1 min
344



କାନ୍ଦୁନି ଆଉ ବୋଉ

ଚୁପ୍ ହୋଇ ବସୁନି କେବେ ଜମା

ଆଜିକାଲି ସେ ବହୁତ ହସୁଛି

ଆଉ ତା'ହସ ରେ କେବଳ ଲୁହ ହିଁ ଲୁହ ଦିଶୁଛି, 


କାନ୍ଦିଲେ କାଳେ ତା' ଲୁହ ଦେଖି

କାନ୍ଦିବେ ତା' ରକ୍ତମାଂସର ପିଲାମାନେ

ଅଧୀର ହୋଇଲେ ନୀରବତା ମାଡ଼ିବସିବ

ସେ ଆଜିକାଲି ଚମତ୍କାର ମିଛ କୁତ୍ରିମ ହସ ହସୁଛି, 


ଦୁଃଖ କରୁନି ଆଉ ବୋଉ

କହୁନି କେବେ ଅନ୍ତର ଅସହ୍ଯ ବେଦନା

ତା' ଯନ୍ତ୍ରଣା ସହିପାରିବନି ଦେଖି ପରିବାର

ତେଣୁ ସେ ଦୁଃଖ ଢୋକି ଦେଇ ସୂତ୍ରରେ ହସିଦେଉଛି, 


ତା' ଆଖିରେ ଆକାଶ ଆକାଶ ଲୁହ

ଛାତିରେ ତା'ର ସମୁଦ୍ର ସମୁଦ୍ର ଅକଥନୀୟ କୋହ

ପ୍ରତି ମୁହୂର୍ତ୍ତରେ ମରୁଛି ନୀରବରେ ସତେ

ସେ ହସୁଛି ତା' ହସର ପ୍ରତିଟି ଅଣୁରେ ଲୁହ ଦିଶୁଛି, 


କାନ୍ଦେ ତୁ ବୋଉ, ବହୁତ୍ କାନ୍ଦେ

ପଡ଼ୁ ଅଭିଶାପ ଯେତେ ଆମ ଉପରେ 

କାନ୍ଦିବା ଆମ ଭାଗ୍ଯରେ ବି ଲେଖା ସରିଲାଣି କେବେଠୁ

ବୋଉ ଆଜିକାଲି ଦକ୍ଷ ଅଭିନେତ୍ରୀଟିଏ ପାଲଟିଛି, 


ସହନଶୀଳତାକୁ ଟିକେ ପଛରେ ରଖି 

ଥରେ ଶକ୍ତିମୟୀ ହୋଇଯା ବୋଉ ଦୂର୍ଗା ରୂପ ନେ 

ତୋ ଲୁହରେ ଧ୍ୱଂସ ହୋଇଯିବ ପରିବାର

ବୋଉ ଆଜିକାଲି ହସ ଦେଖାଇ ବହୁତ ଲୁହ କାନ୍ଦୁଛି। 



Rate this content
Log in

Similar oriya poem from Abstract