Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sambit Srikumar

Abstract Classics Inspirational

4.5  

Sambit Srikumar

Abstract Classics Inspirational

ମହିଷାସୁରର ଶକ୍ତି ଆରାଧନା

ମହିଷାସୁରର ଶକ୍ତି ଆରାଧନା

1 min
390



ଶାରଦୀୟ ନବରାତ୍ରୀ ଦଶହରାରେ

ମାତୃଜାତି ଉତ୍ପୀଡ଼କ କରନ୍ତି ଆୟୋଜନ

ମୃଣ୍ମୟୀ ଦୁର୍ଗାପୂଜା ବହୁ ଆଡ଼ମ୍ବରରେ

ଆଦାୟ କରି ଦାଦାବଟି ପୂଜା ଚାନ୍ଦା

ବଳପୂର୍ବକ ଜୋର ଜବରଦସ୍ତି

ପ୍ରତିରୋଧରେ ଛୁଟଇ ରୁଧିରର ନଈ

କହିବାକୁ ଆହା ପଦେ କେହି ନାହିଁ।

ବାଜା ବଜାଇ ବାଣ ଫୁଟାଇ

ରଂଗ ବେରଙ୍ଗ ଆଲୁଅ ରୋଷଣୀରେ

ଦେବୀ ମଣ୍ଡପେ ପୂଜନ୍ତି ଜଗତଜନନୀ

ମାଆ ଦୁର୍ଗାଙ୍କୁ ଜରିସୋଲ ସୁନା ଚାନ୍ଦି

ମଣି ମୁକ୍ତା ଆଦି ରତ୍ନ ଛାଉଣୀ କରି

ଜମି ଉଠେ ପାର୍ବଣର ରଙ୍ଗ

ଝୁମି ଉଠେ ଜନଗଣ ମନ

ସାଂସ୍କୃତିକ ପ୍ରଦୂଷଣର ଉଗ୍ରାଧୁନିକ

ନଗ୍ନ ନୃତ୍ୟ ସଂଗୀତ ପରିବେଷଣରେ

ସଭିଏଁ ବିଭୋର ପାର୍ବଣର ମାହୋଲରେ

ଭାବ ଭକ୍ତି କଥା କିଏ ଅବା ପଚାରେ?

ଆଟପ ଆଡମ୍ବର ଲୌକିକ ଚାକଚକ୍ୟରେ

ଲାଗେ ଅଘୋଷିତ ପ୍ରତିଯୋଗିତା

ସାହି ସାହି ମଧ୍ଯରେ ପ୍ରତିଦ୍ୱନ୍ଦିତା

ପାର୍ବଣର ପାବନ ଚିନ୍ତା ଓ ଚେତନା ବିଲୁପ୍ତ

ମଦ ମାଂସର ବନ୍ୟାରେ ଜନମନ ପ୍ଲାବିତ

ଆୟୋଜକଙ୍କ ବିଜ୍ଞପିତ ଦାନଧର୍ମରେ

ଦେଖଣାହାରୀର ଚକ୍ଷୁ ସମ୍ମୋହିତ

ପାର୍ବଣର ଆୟୋଜନ ସମାରୋହରେ

ଜଳ ବାୟୁ ଧ୍ୱନି ସଂସ୍କୃତି ପ୍ରଦୂଷିତ।

ପାପୀ ଦୂରାଚାରୀଗଣ ଆଜି କରନ୍ତି

ଆନର ଅର୍ଥରେ ଶକ୍ତି ଆରାଧନା

ଦିନୁଦିନ ପାପଭାରେ କମ୍ପି ଉଠେ ମେଦିନୀ

ମାନବ ରୂପୀ ମହିଷାସୁର ଦାନବ କରଇ

ଆପଣାକୁ ବଧ ମାଟି ପିତୁଳା ଗଢି

ମଥାରେ ଲେପି ରକ୍ତ ଚନ୍ଦନ ସିନ୍ଦୁର

ବୋଲାଏ ନିଜକୁ ମାଆଙ୍କ ପରମ ଭକତ।

ହେ ଦୁର୍ଗାମାତା!

ତୁମ ଆବିର୍ଭାବ ଯଦି ଏଇ ଧରାଧାମେ

ଅଧର୍ମ ଉପରେ ଧର୍ମର ବିଜୟ ପାଇଁ

ଅସତ୍ଯ ଉପରେ ସତ୍ୟର ବିଜୟ ପାଇଁ

ଅନ୍ଯାୟ ଉପରେ ନ୍ଯାୟର ବିଜୟ ପାଇଁ

ଅନୀତି ଉପରେ ନୀତିର ବିଜୟ ପାଇଁ

ଅନ୍ଧକାର ଉପରେ ଆଲୋକର ବିଜୟ ପାଇଁ

ତେବେ କାହିଁକି ଉଡୁଛି ତୁମ୍ଭ ବୈଜୟନ୍ତୀ

ପାପର କୋଠୀରେ ଅଧର୍ମ ଦୁର୍ଗରେ?

ତେବେ କେବେ ହେବ ଅନ୍ତ

ଯାବତୀୟ ବ୍ଯାଭିଚାର ଦୁରାଚାରର?

କେବେ ଅମା ଅନ୍ଧାର ଦୂରେଇ ଯାଇ

ଆସିବ ଦୁନିଆରେ ନୂଆ ଆଲୁଅ?


Rate this content
Log in