ଆଦିବାସୀ ଝିଅ
ଆଦିବାସୀ ଝିଅ
ବଣମୁଳକର ଆଦିବାସୀ ଝିଅ
ମୁହେଁ ତା' ନୀରବ ହସ
ସଭ୍ୟ ସମାଜ ଠୁ କାହିଁ କେତେଦୂରେ
ତା' ଜୀବନ ଇତିହାସ l
ଜଙ୍ଗଲୀ ଝରଣା ପାହାଡ଼ି ଇଲାକା
ଅଟେ ତା' ଜୀବନ ରେଖା
ପରମ୍ପରା ଭରା କଳା ସଂସ୍କୃତିରେ
ପରିଚୟଟା ତା' ଲେଖା l
ପାଦ ଦୁଇଟି ତା' କର୍ମେ ଅଗ୍ରସର
ନ ରଖି ମନରେ ଆଶା
ସରଳ ନିରୀହ ଅବା ଶାନ୍ତସ୍ନିଗ୍ଧ
ତା' ହୃଦୟ ପରିଭାଷା l
ହାଲିଆ ଅଳସ କ୍ଲାନ୍ତ ଅବସାଦେ
ଭୁଲି ଯାଇ ନିଜ ଦୁଃଖ
ଜୀବନ ଜୀବିକା ଜଞ୍ଜାଳ ଭିଡ଼ରେ
ସାଉଁଟେ ସେ ନିତି ସୁଖ l
ପାଶ୍ଚାତ୍ୟ ମହକ ଅବା ଶିକ୍ଷାଲୋକ
ତା' ପାଇଁ ସାତ ସପନ
ତଥାପି ସେ ହସେ ପାହାଡ଼ି ରାଇଜେ
ଛୁଇଁ ସୁଖର ଗଗନ l
