STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଆଦି ଗୁରୁ ଶଙ୍କରାଚାର୍ଯ୍ୟ

ଆଦି ଗୁରୁ ଶଙ୍କରାଚାର୍ଯ୍ୟ

1 min
250


ଯେବେ ଧର୍ମର ଗ୍ଲାନି ହୁଏ ଧାରା ଧାମରେ,

ମହାପୁରୁଷ ଆସନ୍ତି ବିଭିନ୍ନ ରୂପରେ

ଅଦୈତ ବାଦର ସୃଷ୍ଟି କର୍ତ୍ତା ତୁମେ ପୁଜ୍ୟ ଗୁରୁଦେବ

ତୁମରି ଆଧ୍ୟାତ୍ମିକ ଚେତନାରେ ପ୍ରଭାବିତ ହେଲେ ମାନବ

ମହାଦେବଙ୍କର କୃପାରୁ ତୁମେ ହୋଇଥିଲ ଜନମ

ମାତା ଆଜ୍ୟାମ୍ମା ପିତା ଶିବ ଗୁରୁଙ୍କ ସନ୍ତାନ ହୋଇ କରିଥିଲ କରମ

ବସନ୍ତ ରୁତୁର ଆଦ୍ରା ନକ୍ଷତ୍ର ଅଭିଜିତ ମୁହୂର୍ତ୍ତରେ,

ଜନ୍ମ ନେଲ କେରଳର କଲାଡି ଗ୍ରାମରେ

ସାତ ସହ ଅଠାଅସି ଖ୍ରୀଷ୍ଟାବ୍ଦରେ ଜନ୍ମ ନେଲ ବ୍ରାହ୍ମଣ ପରିବାରରେ

ସାତ ବରଷରେ ହେଲା ତୁମର ଉପନୟନ ସଂସ୍କାର

ଷୋହଳ ବର୍ଷରେ ଗୀତା, ଉପନିଷେଦ,ଧର୍ମ ଶାସ୍ତ୍ର ପଢି ହୋଇଥିଲା ତୁମର ଜ୍ଞାନ ଅପାର

ମା'ଙ୍କ ଅନୁମତି ନେଇ ବଦ୍ରିନାଥ ଧାମେ ,ଗୋବିନ୍ଦ ପାଦଙ୍କୁ ଗୁରୁ କରି

ହୋଇଥିଲ ସନ୍ୟାସୀ

ବତିଶି ବରଷ ଜୀବନ କାଳରେ

ସନାତନ ଧର୍ମର ସୁରକ୍ଷା ପାଇଁ ତୁମେ ସାରା ଭାରତ ଭ୍ରମଣ କଲ

ଆହେ ତପସ୍ଵୀ

ତୁମେ ସବୁ କୁସଂସ୍କାର କରିଥିଲ ଦୂର,

ଚାରିଦିଗରେ ଚାରିମଠ ସ୍ଥାପିଲ. ଭାରତର

ଚାରି ବେଦକୁ ସମ୍ମାନ ଦେଇ, ଚାରିମଠ କରିଥିଲ

କେତେ ସ୍ତୋତ୍ର ତୁମେ ମାନବ ସମାଜ 

ପାଇଁ ରଚିଥିଲ

ପୁରୀରେ କରିଲ ,ଗୋବର୍ଦ୍ଧନ ମଠକୁ ସ୍ଥାପନ

ଦ୍ଵାରିକାରେ ସାରଦା ମଠ କରିଲ ସ୍ଥାପନ

ରାମେଶ୍ୱର ଧାମେ ଶୃଙ୍ଗେରୀ ମଠ କରିଲ ସ୍ଥାପନ

ଉତ୍ତର ଭାରତରେ ଜ୍ୟୋତିର ମଠ କରିଲ ସ୍ଥାପନ

ତୁମେ ସ୍ୱଳ୍ପ ଜୀବନରେ ଦୁଇ ଶହରୁ 

ଅଧିକ ଗ୍ରନ୍ଥ ରଚିଲ 

ଯୁଗେ ଯୁଗେ ତୁମେ ଅକ୍ଷୟ କୀର୍ତ୍ତି ତୁମର ମହିରେ ରଖିଲ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational