STORYMIRROR

Ajaya kumar Jena

Inspirational

2  

Ajaya kumar Jena

Inspirational

ଆଧୁନିକତା

ଆଧୁନିକତା

1 min
80

ଯୁଗ ପରେ ଯୁଗ

ସଭ୍ୟତାର ସ୍ବର୍ଣ୍ଣିମ ଇଲାକାକୁ

ଅତୀତ କୋଳକୁ ଠେଲିଦେଇ

କାଲିଠାରୁ ମୁଣ୍ଡ ଟେକିଛି ଆଧୁନିକତା!


ଦିନ ଥିଲା ,

ସେ ମୁଠାଏ ମାଟିରେ ଗଢୁଥିଲା

ସ୍ୱପ୍ନର ମହଲ,

ବିନ୍ଦୁଏ ଜଳରେ ମାପୁଥିଲା

ଆକାଶର ପରିସୀମା,

ଆଉ ପୋଷେ ପବନରେ ପହଁରୁଥିଲା

ଜୀବନର ନଈ।


ଆଜି କିନ୍ତୁ,

ତା' ଆତ୍ମୀୟତା ସମୁଦ୍ରରେ

ପ୍ରବଞ୍ଚନାର ଭଟ୍ଟା!

ଗୋଟିଏ ହିରୋସିମାରେ ଜନ୍ମ ନିଅନ୍ତି

କୋଟି କୋଟି ବିକଳାଙ୍ଗ ସତ୍ତା!


ଦେଖୁନ!

ଶ୍ଵାସରୁଦ୍ଧ କଣ୍ଠରେ ସେ ଭୁଲିଛି

ଜୀବନର ଗୀତ,

ହଳାହଳ ନଦୀସ୍ରୋତେ 

ଭଙ୍ଗା ତା' ବିକାଶର କାତ,

ସେଥିପାଇଁ ତ', ଅହରହ ସେ ଜର୍ଜରିତ।


ଦିନ ଆସିବ!

ତା' ଦେହେ ଭରିଯିବ

ସବୁଜ ଉଲ୍ଲାସ,

ଚଲାବାଟେ କଅଁଳି ଉଠିବେ

ପ୍ରୀତିପୂର୍ଣ୍ଣ ଘାସ,

ଧୀରେ ଧୀରେ ଇନ୍ଦ୍ରଧନୁ ଆସି

ତା' ଦେହେ ବୋଳିବ ପ୍ରେମର ରଙ୍ଗ,

ଆଉ ସ୍ୱପ୍ନ ମାନେ ଡେଣା ଝାଡ଼ି

ଆକାଶେ ହୋଇବେ ମୁକ୍ତ ବିହଙ୍ଗ

ହଁ, ସ୍ୱପ୍ନ ମାନେ ସାଜିବେ ମୁକ୍ତ ବିହଙ୍ଗ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational