STORYMIRROR

Apalata Aruk

Comedy

3  

Apalata Aruk

Comedy

ଆଧୁନିକ ସାହିତ୍ୟ ସଭା

ଆଧୁନିକ ସାହିତ୍ୟ ସଭା

1 min
207

ଯାଇଥିଲି ଏକ ସାହିତ୍ୟ ସଭାକୁ

ପଢିବାକୁ ମୋ କବିତା,

ଦେଖିଲି ସେଠାରେ କବିଯାକ ବ୍ୟସ୍ତ

ଘୁଙ୍ଗୁଡ଼ି ମାରନ୍ତି ଶ୍ରୋତା।


ମଞ୍ଚ ଉପରକୁ ଚଢି ଯାଇ ମୁହିଁ

 କହିଲି ଉଠ ଚଞ୍ଚଳ,

ହଜିହଜି ଯାଏ କବିତାର ସତ୍ତା

ଜାଗ ଜାଗ ହେ ଦୁର୍ବଳ ।


ତମେତ ବୁଝିନ କବିର କଷଣ

ଦଗ୍ଧ ହୃଦୟର ଭାଷା,

ଆଉ କି ବଞ୍ଚିବ କବିତା ଜଗତେ

ତୁଟେ କବିର ଭରସା।


କବିତା ଅଟଇ କବିର ଜୀବନ

ଏକଥା ବୁଝୁନ କିଆଁ?

ବୁନ୍ଦାଏ କାଳିରେ କବି ଜାଳିପାରେ

କୋଟି ହୃଦୟରେ ନିଆଁ।


ହେ ଶ୍ରୋତା ଈଶ୍ୱର କରେ ନମସ୍କାର

ଘେନ ନିବେଦନ ବାରେ,

ଜାଗିଉଠ ଏବେ ପାଣି ଛାଟିଦେଇ

ତମ ନିଦୁଆ ଆଖିରେ ।


ବିନା ଆଶ୍ରୟରେ ତିଷ୍ଠି ପାରନ୍ତିନି

କବିତା ବନିତା ଲତା,

ସବୁ ଜାଣି ଶୁଣି କାହିଁକି ଶ୍ରୋତା ହେ

କବିକୁ କର ହୀନସ୍ତା ?


କାକୁତି ମିନତି ଖୋସାମତି ଶୁଣି

ଶ୍ରୋତାଏ ଉଠିଲେ ଚେଇଁ,

ଜଣ ଜଣ କରି ନିଜ ବାଟେ ଗଲେ

ଏ କବି ରହିଥିଲା ଚାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy