Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PUSPALATA SAHOO

Romance Fantasy

3  

PUSPALATA SAHOO

Romance Fantasy

ଆଧୁନିକ ନାରୀ

ଆଧୁନିକ ନାରୀ

1 min
377


ଆଧୁନିକତାର ପଶା ପାଲି ପରେ 

ନାରୀ ଆଜି କବଳିତ 

ଶବ୍ଦର ଚାତୁରୀ ଆନକୁ ଦେଖାଏ 

କରିଥାଏ ବିମୋହିତ ।


ସପନର ସଦା ସୌଦାଗର ସାଜି 

ଦେଖାଏ ସପନ ମାୟା 

ତା ସପନରେ ଭିଜି ଯାଏ ଯିଏ 

ମିଳେ ନାହିଁ ତାକୁ କାୟା ।


ଇଣ୍ଟେର୍ନେଟ ଯୁଗରେ ପାଦ ଥାପି 

ଭାବୁଛି ନିଜକୁ ବଡ଼ 

କାଳ କବଳରେ ହେଉଛି ଗ୍ରାସ ସେ 

ସତେକି ଅବା ଜଡ଼ ।


ପ୍ରେମର ଫାଶରେ ପ୍ରେମିକ ପଡଇ 

ଫସାଏ ତାକୁ ଅଚିରେ 

ସର୍ବନାଶ କରି ଭିକାରି ବନାଏ 

ପ୍ରେମରେ କରେ କାବୁରେ ।


ଚାଲି ଚଳଣିରେ ରହିଛି ତାହାର 

ଆଧୁନିକତାର ଛାପ 

ଦୂରେଇ ରହିବ ଏପରି ନାରୀଠୁ 

କରିବ ନିଜକୁ ମାପ ।


Rate this content
Log in

Similar oriya poem from Romance